କଣ୍ଟାମାଳ: କଣ୍ଟାମାଳ ଥାନା କୁରୁକୁପା ଛକ ନିକଟରେ ପୁଲିସ ଚଢ଼ଉ କରି ବାଇକ୍ ସହ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ତରଭା ଥାନା ଅଂଚଳର ଲମ୍ବୋଦର ବାରିକ (୩୦ବର୍ଷ)ଙ୍କୁ ଗିରଫ କରିଛି। ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ଉ କରିଥିଲେ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। କଣ୍ଟାମାଳ ଥାନା କେସ୍ ନଂ ୨୦୯/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା କଣ୍ଟାମାଳ ଥାନାର ଭାରପ୍ରାପ୍ତ ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିପରି ମନମୁଣ୍ଡା ପୁଲିସ ୯ କେଜି ଗଞ୍ଜେଇ ସହିତ ୨ଟି ବାଇକ ଜବତ କରି ୩ ଜଣଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/arrest.jpg)