ପଦ୍ମପୁର ଉପଖଣ୍ଡରେ ବାଇକ୍‌ ଚୋରି ରାକେଟ୍‌ ସକ୍ରିୟ, ୪ ଗିରଫ, ୧୭ ବାଇକ୍‌ ଜବତ

ପଦ୍ମପୁର : ପଦ୍ମପୁର ଉପଖଣ୍ତର ବିଭିନ୍ନ ଅଂଚଳରେ ବାଇକ୍‌ ଚୋରି ରାକେଟ୍‌ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି। ଗାଇସିଲେଟ ଥାନା ଅଧିନସ୍ଥ ଜନକେଡା ନିବାସୀ ବିରେନ୍ଦ୍ର ସାହୁ ବାଇକ୍‌ ଚୋରି ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏସ୍‌ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ତରେ ବାଇକ ଚୋରି ରାକେଟ‍ ଧରିବା ପାଇଁ ପଦ୍ମପୁର ଥାନାଧିକାରୀ ଏମ୍‌ ଆର ପ୍ରଧାନ, ବିଜେପୁର ଥାନାଧିକାରୀ ଆର୍‌ ସିଅଲ, ମେଲଛାମୁଣ୍ତା ଥାନା ଭାରପ୍ରାପ୍ତ ଅଧିକାରୀ ଏସ୍‌ ଆର୍‌ ଗୋଛାୟତ,ଏସ୍‌ଆଇ ଏସ୍‌ ଆର ପାତ୍ର, ଏସ୍‌ ଦୋରା ଓ ସହକର୍ମୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଫଳରେ ୩ ଜଣ ବାଇକ୍‌ ଚୋର ଓ ଜଣେ କ୍ରେତାଙ୍କୁ ପୁଲିସ କାବୁ କରିଥିଲା। ତାଙ୍କଠାରୁ ୧୭ଟି ବାଇକ ଜବତ କରାଯାଇଛି।

୬ଟି ବାଇକ ନମ୍ବରବିହୀନ ଥିବାବେଳେ ଅନ୍ୟ ବାଇକ୍‌ଗୁଡିକ ହେଲା ହିରୋହୋଣ୍ତା ସିଡି, ଗ୍ଲେମର, ବକ୍ସର, ଡିଲକ୍ସ, ଡିସକଭର, ପେସନ ପ୍ରୋ, ଟିଭିଏସ ଷ୍ଟାର (ସିଜି୦୬ବି ୬୨୩୨, ଓଡି୧୭ଇ ୫୬୩୩, ଓଆର୧୭ସି ୬୨୫୦, ଓଡି୧୭ଟି ୯୪୨୮, ଓଆର ୦୩ଜେ୧୪୫୫, ଓଆର ୦୩କେ ୬୦୧୦, ଓଡି୧୭ଡି ୦୦୬୨, ଓଡି୧୭ଡି ୧୩୩୯, ଓଆର୧୫ ଏଲ ୪୩୮୬, ଓଆର୦୩ ଏ ୯୧୬୧, ଓଡି୧୭ୟୁ ୦୨୬୮)। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ପ୍ରଦୀପ ସାହୁ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର