ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୁଲିସ ହାତରେ ଲାଗିଛି ବଡ଼ ସଫଳତା । ୮ଟି ଚୋରି ବାଇକକୁ ଉଦ୍ଧାର କରିବା ସହିତ ଚୋରିରେ ସମ୍ପୃକ୍ତ ତିନିଜଣକୁ ଗିରଫ କରିବାରେ ପୁଲିିସ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡ଼ିପିଓ ରତିକାନ୍ତ ଗିରି। ଅଭିଯୁକ୍ତମାନେ ହେଲେ ତିରିଂ ଥାନା ଅଞ୍ଚଳର ମାଝିଆ ଟୁଡୁ(୨୨), ସଙ୍ଗା ଆଲଦା(୩୮)ଓ ଦାମୁ ଆଲଦା(୨୨)। ସଙ୍ଗା ଓ ଦାମୁ ଦୁଇଜଣ ଭାଇ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୮ ତାରିଖ ବିଶୋଇ ମିନି ଷ୍ଟାଡିୟମ ନିକଟରେ ଥିବା ସ୍କୁଲ ପାଖରେ ବାଇକକୁ ରଖି ଗୋପିନାଥ ମାଝୀ ନାମକ ଜଣେ ଯୁବକ ଫୁଟବଲ ଖେଳ ଦେଖିବାକୁ ଷ୍ଟାଡିୟମକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ବାଇକଟି ଚୋରି ହୋଇଯାଇଥିବା ଜାଣି ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନା ଅଧିକାରୀ ଫଣୀନ୍ଦ୍ର ଭୂଷଣ ନାଏକ ଥାନାରେ କେସ ନଂ ୧୧୯/୨୧ ରେ ଏକ ମାମଲା ରୁଜୁ କରି ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚୋରି ହୋଇଥିବା ବାଇକ ସହ ଆଉ ୭ଟି ବାଇକକୁ ଜବତ କରି ଚୋରିରେ ସମ୍ପୃକ୍ତ ଥିବା ତିନିଜଣକୁ ପୁଲିସ ଗିରଫ କରିଥିଲା। ଏବେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତମାନେ ଆଉ କେଉଁ କେଉଁ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି ପୁଲିସ ତାହା ତଦନ୍ତ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-85.jpg)