ବିଷମ କଟକ: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପାଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ରହିଥିବା ମୁଖ୍ୟ ରାଜ୍ୟରାଜପଥରେ ଟ୍ରକ ପଛରେ ପିଟି ହେଲା ବାଇକ୍। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର ବୋଲି ଜଣା ପଡ଼ିଛି। ତେବେ ଏହି ଦୁର୍ଘଟଣାଟି ରାତି ୮ ସମୟ ରେ ଘଟିଥିବା ଜଣା ପଡିଥିବା ବେଳେ ଏହାର ଖବର ପାଇ ବିଷମ କଟକ ପୁଲିସର ଏକ ଟିମ ସେଠାକୁ ଯାଇଥିବା ବିଷମ କଟକ ଥାନା ଅଧିକାରୀ ସୁମତି ମହାନ୍ତି ସୂଚନା ଦେଇଛନ୍ତି।
ଟ୍ରକ ପଛରେ ପିଟି ବାଇକ୍ ଆରୋହୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/11/Accident_Thumbnail.jpg)