ରାଉରକେଲା: ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା। ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସକଭର ବାଇକରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା।

Advertisment

ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା| ଏହାର କିଛି କ୍ଷଣ ପରେ ଅନ୍ୟ ଏକ ୧୬ ଚକିଆ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା। ସକାଳୁ ଘନ କୁହୁଡ଼ି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଲାଠିକଟା ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ଶହ ଶବ ଜବତ କରିଛି।