ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା ନିକଟରେ ଏକ ଗାଡ଼ି ତାଙ୍କୁ ବାଇକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରଦୀପ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି।

Advertisment

ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ି ଏବଂ ଚାଳକ ବାପୁ ମହାଳିକଙ୍କୁ ଜୟଦେବ କଷବା ଫାଣ୍ଡିରେ ଜିମା ଦେଇଥିଲେ। କିନ୍ତୁ ପୁଲିସ ତାଙ୍କୁ ଛାଡିଦେଇଥିବାରୁ ଗ୍ରାମବାସୀ ଏବଂ ପରିବାର ଲୋକେ ମୃତ ପ୍ରଦୀପଙ୍କ ଶବ ରଖି ବାଲେଶ୍ୱର ବାସୁଦେବପୁର ନିମିକି ରାସ୍ତା ତୁଣ୍ଡରା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି।