ଜରାଳି ନଦୀ ସ୍ରୋତରେ ଭାସିଗଲେ ବାଇକ୍‌ ଆରୋହୀ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ବାରିପଦା: ଦେଖୁ ଦେଖୁ ନଦୀ ସ୍ରୋତରେ ବାଇକ୍‌ ସହ ଭାସିଗଲେ ଯୁବକ। ପ୍ରବଳ ବର୍ଷା ଯୋଗୁଁ ବାରିପଦା ସହର ୧୭ ନଂ ୱାର୍ଡକୁ ସଂଯୋଗ କରୁଥିବା ଜରାଳି ନଦୀ କଲଭର୍ଟ ଉପର ଦେଇ ପ୍ରବାହିତ ହେଉଥିଲ। ଯୁବକ ଜଣଙ୍କ ଗାଡ଼ିରେ ବସି ପାଣି ସ୍ରୋତରେ କଲଭର୍ଟ ପରି ହେବାକୁ ଚେଷ୍ଟା କରୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଗାଡ଼ି ସହିତ ଯୁବକ ଜଣକ ସ୍ରୋତରେ ଭାସିଯାଇଥିଲେ। ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ। ଏମିତିକି ଯୁବକ ଜଣକର ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ସମ୍ବନ୍ଧିତ ଖବର