ପିପିଲି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅଂଚଳ ତରାକାଜ ଫ୍ଲାଏ ଓଭର୍ ବ୍ରିଜ୍ ଓ ଭୋଗୁଆବାଙ୍କ ମଧ୍ୟବର୍ତ୍ତୀ ଦାଣ୍ତମୁକୁନ୍ଦପୁର କ୍ରସିଂ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ୍କୁ ଗୋଟିଏ କାର୍ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପିପିଲି ଥାନା ରାୟଗୁରୁପୁର ନିକଟ ରାଉତପଡ଼ା ଗ୍ରାମର ପବିତ୍ର କୁମାର ପତି(୫୦)। ସେ ଭୁବନେଶ୍ବରରୁ ଘରକୁ ଫେରୁଥିବା ସମୟରେ (ୟୁପି-୬୫ବିଏ-୫୫୬୧) ନମ୍ବର କାର୍ଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ପିପିଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2019/05/accident-1.jpg)