ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ତଥା ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତା ପୋଡ଼ାଅସ୍ତିଆ ଗ୍ରାମ ମୁଣ୍ଡରେ ଆଜି ରାତି ପ୍ରାୟ ସାଢ଼େ ୭ଟା ପାଖାପାଖି ଏକ ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇ ଅନ୍ଧକାର ନିଛାଟିଆ ରାସ୍ତା ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ଯୁବକ ଜଣକ ପିନ୍ଧି ଥିବା ହେଲମେଟ ଭାଙ୍ଗି ଚୁରମାର ହୋଇ ରାସ୍ତାରେ ବିଛେଇ ହୋଇପଡ଼ିଥିବା ବେଳେ ଓଆର ୦୧ ଏସ ୧୯୦୨ ନମ୍ବର ବିଶିଷ୍ଟ ବାଇକଟି ରାସ୍ତା ପାଶ୍ୱର୍ରେ ପଡ଼ିଥିଲା ଏବଂ ବାଇକର ସମ୍ମୁଖ ଭାଗ ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା ।

ଖବରପାଇ ଟାଉନ ଥାନା ପିସିଆର ଗାଡ଼ି ଘଟଣାସ୍ଥଳରେ ପହଁଞ୍ଚି ଆହତକୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଇଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନଥିଲା । ତେବେ ବାଇକ ଚାଳକ ଶାମାଖୁଣ୍ଟା ବ୍ଲକ ଅଧୀନ ଗୁଣ୍ଡିହୁଡ଼ି ଗ୍ରାମର କୁନା ସିଂ ବୋଲି ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତିମାନେ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି । ତାର ହାତ, ପାଦ ଓ ମୁଣ୍ଡରେ ଆଘାତ ଲାଗିଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର