ପୁରୀ : ଜାନୁଆରି ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ଚାଲିଥିବା ଛୋଟମୋଟ କାମ ବିଶେଷ କରି ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଶେଷ ହେବ। ନାଟମଣ୍ଡପ ଉପରେ ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ବେଳେ ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ। ସେହିପରି ସିଂହଦ୍ବାରକୁ ରଙ୍ଗ କରିବା ଲାଗି ପ୍ରତ୍ନତତ୍ତ୍ବ ବିଭାଗକୁ କୁହାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଏହା ଉପରେ ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରତ୍ନତତ୍ତ୍ବ ବିଭାଗର ଟେକ୍ନିକାଲ ଟିମ୍କୁ ନେଇ ଭୁବନେଶ୍ବରଠାରେ ଏକ ବୈଠକ ଡକାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ଦିରକୁ ଛାଡ଼ିଦେଲେ, ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିରର ଛୋଟମୋଟ ମରାମତି ଚାଲିଥିଲା। ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ସହ ଆଲୋଚନା ପରେ ସେମାନେ ଜାନୁଆରି ଶେଷ ସୁଦ୍ଧା ଏହି କାମ ସାରିଦେବେ ବୋଲି କହିଛନ୍ତି। ନାଟମଣ୍ଡପ ମରାମତି ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ଫାଟ ସଂପର୍କିତ ତଥ୍ୟ ଜାଣିବା ପାଇଁ କ୍ରାକ୍ ମିଟର୍ ଲଗାଇଛି। ଗରୁଡ଼ ସ୍ତମ୍ଭ ପାଖ ବିମ୍ରେ ଏହି ମିଟର ଲଗାଯାଇଛି। ଏହାଛଡା ନାଟମଣ୍ଡପର ୪ ମୁଖ୍ୟ ପିଲାରରେ ଏହି କ୍ରାକ୍ ମିଟର୍ ଲଗାଯିବାକୁ ଯୋଜନା ରହିଥିବା ଶ୍ରୀ ମହାପାତ୍ର କହିଛନ୍ତି।
ଜାନୁଆରି ସୁଦ୍ଧା ସରିବ ବିମଳା, ମହାଲକ୍ଷ୍ମୀ ମନ୍ଦିର ମରାମତି
/sambad/media/post_attachments/wp-content/uploads/2018/12/jaga-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)