ବିମଳେନ୍ଦୁ ରାୟ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ବି‌ମଳେନ୍ଦୁ ରାୟଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ରାୟ ବର୍ତ୍ତମାନ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ଗତ ଏପ୍ରିଲ ୬ ତାରିଖରୁ ଏଠାରେ ଜିଲ୍ଲାପାଳ ଥିବା ଅବୋଲି ସୁନୀଲ ନରୱଣେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବାପରେ ଏହି ପଦବି ଖାଲିଥିଲା।

ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବରେ ଥିଲେ। ଶ୍ରୀ ଦାଶ ୧୩ ବର୍ଷ ତଳେ ବଲାଙ୍ଗୀର ତହସିଲଦାର ଥିବା ସମୟରେ ତାଙ୍କ ବିରୋଧରେ ହୋଇଥିବା ଏକ ଅଡିଟ୍ ରିପୋର୍ଟକୁ ଚାପି ଦିଆଯାଇ ଥିଲା। ଏହା ଆଧାରରେ ଶ୍ରୀ ଦାଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସୁପାରିସ କରିଥିଲେ। ଗଣମାଧ୍ୟମରେ ଏ ଘଟଣା ପ୍ରକାଶିତ ହେବାର ମାତ୍ର ଦୁଇଦିନ ମଧ୍ୟରେ ହିଁ ଶ୍ରୀ ଦାଶଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଦାୟିତ୍ବରୁ ହଟାଇ ବିମଳେନ୍ଦୁ ରାୟଙ୍କୁ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର