ବୁର୍ଲା: ଭିମ୍‍ସାରରେ ମଙ୍ଗଳବାର ପୁଣି ଏକ ନାଟକୀୟ ପରିସ୍ଥିତି ଦେଖାଯାଇଛି। ସକାଳରେ ଭିମ୍‍ସାର ନିର୍ଦ୍ଦେଶକ ପ୍ରଫେସର ଡା. ଅଶ୍ୱିନୀ ପୂଜାହାରୀ ଭିମ୍‍ସାର ଅଧୀକ୍ଷକ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଏଡିଏମ୍‍ଙ୍କ ଚାମ୍ବରରେ ତାଲା ପକାଇଥିଲେ। ଉକ୍ତ ଘଟଣାକୁ ନେଇ କର୍ମଚାରୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ମାତ୍ର ୧୫ ମିନିଟ୍‍ ପରେ ଏଡିଏମ୍‍ ଗୋପାଲ ସ୍ୱାମୀ ନାଇଡୁ ତାଙ୍କ ଚାମ୍ବରକୁ ପହଞ୍ଚିଥିଲେ। ଏ ସଂପର୍କରେ ତାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ, ଏହା ଅତ୍ୟନ୍ତ ଦୁଃଖର ବିଷୟ। ମୁଁ ଭୁଲ କରିଥିଲେ ସେ ମତେ ପକ୍ଷ ରଖିବାକୁ କହି ପାରିଥାନ୍ତେ। କର୍ମଚାରୀଙ୍କୁ କହି ମୋ ଚାମ୍ବରରେ ତାଲା ମରାଯିବା ଏକ ଅପମାନଜନକ ଘଟଣା। ମୁଁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ଚିଠି କରି ଅବଗତ କରାଇଛି ବୋଲି ଶ୍ରୀ ନାଇଡୁ କହିଛନ୍ତି। ଅପରପକ୍ଷେ ଏହି ଘଟଣାରେ ନିର୍ଦ୍ଦେଶକ ପ୍ର.ପୂଜାହାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।