ବଲାଙ୍ଗୀର : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ବିଞ୍ଚଣା ବଲାଙ୍ଗୀର ସହରରୁ ଯାଇଛି।
ସ୍ଥାନୀୟ ତେଲିଗୋଠ ପଡ଼ାରେ ନିର୍ମିତ ଏହି ବାଉଁଶ ତିଆରି ବିଞ୍ଚଣା ପ୍ରଥମକରି ବଲାଙ୍ଗୀର ଜିଲ୍ଲାରୁ ପୁରୀର ସେବାୟତ, ଅତିଥି, ରେଡ୍କ୍ରସ୍, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଓ ଭକ୍ତମାନଙ୍କୁ ପ୍ରଦାନ କରାଯିବ। ଏଥିପାଇଁ ଅନେକଦିନରୁ କୁନୁ ପାତ୍ର ଓ ତାଙ୍କ ପରିବାର ଏହି ତିଆରି କାର୍ଯ୍ୟରେ ଲାଗିଥିଲେ। ସଙ୍କେତ ଅନୁଷ୍ଠାନ ସହ ବଲାଙ୍ଗୀର ପ୍ରେସ୍କ୍ଲବ୍ ସଭାପତି ଅରୁଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଏନେଇ ପ୍ରସ୍ତାବ ଦେଇଥିଲେ। ମାଲୁ ଷାଣ୍ଢ, ଘାସିରାମ ଦୀପ, ଆକୁଳ ବଗର୍ତ୍ତି ଓ ବଲାଙ୍ଗୀର ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।
ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କ ସେବାରେ ଏହି ବିଞ୍ଚଣା ଲାଗୁଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଛି।