ଜୟପୁର: ବହୁ ଚର୍ଚ୍ଚିତ ଜୟପୁର ବିଧାନସଭା ଆସନରେ ବିଜୁ ଜନତା ଦଳରେ ବହୁ ଆଶାୟୀ ରହିଥିଲେ। ଏହାରି ମଧ୍ୟରେ ବିଜେଡି ହାଇକମାଣ୍ଡ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ଡ.ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହା ପରେ ପ୍ରଥମ କରି ବିଜେଡିର ୨୭ବର୍ଷର ସଂପର୍କ ଛିନ୍ନ କରିଛନ୍ତି ଆଶାୟୀ ଥିବା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର।
ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଶ୍ରୀମତି ମିଶ୍ର ଦଳ ବିରୋଧରେ ବିଶୋଧାଗାର ପ୍ରକାଶ କରିଛନ୍ତି। ଦଳ ପରିବାରବାଦକୁ ଗୁରୁତ୍ବ ଦେଉନି ବୋଲି କହୁଥିବା ବେଳେ ଦୀର୍ଘ ୨୫ବର୍ଷ ଧରି ଗୋଟିଏ ପରିବାରର ସଦସ୍ୟଙ୍କୁ ହିଁ ବିଜେଡି ଟିକେଟ ଦେଇ ଆସୁଛି। ଏହି ସ୍ଥିତିରେ ଦଳ ତାଙ୍କ ପରି ଶୃଙ୍ଖଳିତ କର୍ମୀଙ୍କ କଥା କେବେ ବି ବୁଝିପାରିବ ନି ବୋଲି ଶ୍ରୀମତି ମିଶ୍ର କହିଛନ୍ତି। ସେ ୧୯୯୭ମସିହା​ରେ ଜୟପୁର ପୌରପାଳିକାରେ ଜନତାଦଳର କାଉନସିଲର ହୋଇଥିଲେ। ପୁଣି ୨୦୦୩ରେ ବିଜେଡିରୁ କାଉନସିଲର।
୨୦୧୭ମସିହାରୁ ୨୦୨୨ମସିହା ପର୍ଯ୍ୟନ୍ତ ଜିଲ୍ଲାପରିଷଦ ସଭ୍ୟା ଭାବେ ବିଜୁ ଜନତା ଦଳରେ ରହି ଆସିଥିଲେ। ଏହାରି ମଧ୍ୟରେ ସେ ବିଭିନ୍ନ କମିଟିରେ ସଭ୍ୟା ଆଦି ରହି ସମାଜସେବା କ୍ଷେତ୍ରରେ କାମ କରି ଆସିଥିବା କହିଛନ୍ତି ଶ୍ରୀମତୀ ମିଶ୍ର। ଯେଉଁ ଦଳ ତାଙ୍କର ଦୀର୍ଘ ଦିନର ଦଳପ୍ରତି ଅନୁଗତ୍ୟ ଓ ସର୍ମପଣକୁ ଦେଖି ପାରିଲାନି, ଦଳକୁ ଗତ ୧୦ବର୍ଷ ହରାଇ ଆସିଥିବା ପ୍ରାର୍ଥୀଙ୍କ ପତ୍ନୀକୁ କିଭଳି ଟିକେଟ ଦେଲେ ବୋଲି ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି।
ଆଗାମୀ ଦିନରେ କେଉଁ ରାଜନୈତିକ ଦଳକୁ ଯିବେ କି ବୋଲି ପଚାରିବାରେ ସେ କୌଣସି ଦଳକୁ ଯିବେ ନାହିଁ କିନ୍ତୁ ସମାଜସେବୀ ଜାରି ରହିବ ବୋଲି କହିଛନ୍ତି ଶ୍ରୀମତୀ ମିଶ୍ର। ଅନ୍ୟ ଆଶାୟୀମାନଙ୍କ ସହ ଭିତିରିଆ ସଲାସୂତରା କରି ଟିକେଟ୍ ହାତେଇବା ଗଣତନ୍ତ୍ର ପାଇଁ ଶୁଭସୂଚନା ନହେଁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀମତୀ ମିଶ୍ରଙ୍କ ସ୍ବାମୀ ଆନନ୍ଦ ମହାପାତ୍ର ଜନତା ଦଳ ଓ ବିଜୁ ଜନତାଦଳର ଗୋଟିଚାଳାନା ଓ ରଣନିତୀକାର ଭାବେ ପରିଚିତ। ଶ୍ରୀମତୀ ମିଶ୍ର ଦଳ ଛାଡ଼ିଥିବା ବେଳେ ତାଙ୍କ ସହ ଅନ୍ୟ ଆଶାୟୀମାନେ ଯଦିଓ ଦଳ ଛାଡ଼ି ନଥିଲେ ହେଁ ଆଗାମୀ ଦିନରେ ଏମାନଙ୍କ କିଭଳି ଭୂମିକା ଓ ରଣନୀତି ରହିବ ତାହା ସମୟ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jpr-bindurani-mishra-1.jpg)