ସୋନପୁର : ବିନିକାକୁ ସବ୍ଡିଭିଜନ ଘୋଷଣା ଦାବିରେ ବୁଧବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ, ବିନିକା ବ୍ଲକ୍ ହେଉଛି ଏକ ପୁରୁଣା ବ୍ଲକ୍। ୨୦୨୧ରେ ବିନିକା ବ୍ଲକ ଏବଂ ଏନ୍ଏସିର ଜନସଂଖ୍ୟା ୩ ଲକ୍ଷ ରହିଛି। ବିନିକା ବ୍ଲକ୍ରେ ୧୬ଟି ପଞ୍ଚାୟତ ଥିବାବେଳେ ବିନିକା ଏନ୍ଏସିରେ ୧୨ଟି ୱାର୍ଡ ରହିଛି। ବିନିକା ବ୍ଲକ୍ ସର୍ବାଧିକ ରାଜସ୍ବ ପ୍ରଦାନ କରୁଛି। ସବୁ ଦୃଷ୍ଟିରୁ ବିନିକାକୁ ସବ୍ଡିଭିଜନ କରିବାର ଭିତ୍ତିଭୂମି ରହିଛି। ତେଣୁ ବିନିକାକୁ ସବ୍ଡିଭିଜନ ଘୋଷଣା କରିବାକୁ ଦାବି କରାଯାଇଛି। ବଳଦେବ ବେଦବାକ, ପ୍ରଶାନ୍ତ ଦଣ୍ଡସେନା, ସମ୍ବିତ ନେପାକ, ଧର୍ମେନ୍ଦ୍ର ସାହୁ, ରଞ୍ଜନ ମେହେର, କୃଷ୍ଣଚନ୍ଦ୍ର କୁମ୍ଭାର, ରାଜେନ୍ଦ୍ର ରାଉତ, ପ୍ରଶାନ୍ତ ପଣ୍ଡା, ଯଦୁମଣି କର୍ଣ୍ଣ, ସୂର୍ଯ୍ୟନାରାୟଣ ହୋତା, ସୁରେଶ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ବିନିକାକୁ ସବ୍ଡିଭିଜନ ଘୋଷଣା ଦାବିରେ ଦାବିପତ୍ର ପ୍ରଦାନ
/sambad/media/post_attachments/wp-content/uploads/2021/04/binika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)