ବିନିକା ପାପକ୍ଷୟ ଲୋକ ମହୋତ୍ସବ ଉଦ୍‌ଯାପିତ

ବିନିକା: ବିନିକାରେ ୪ ଦିନ ଧରି ଚାଲିଥିବା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ ଉଦ୍‌ଯାପିତ ହୋଇଯାଇଛି। କମିଟି ସଭାପତି ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି, ବୀରମହାରଜପୁର ବିଧାୟକ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିନିକା ପାରମ୍ପାରିକ ଲୋକଗୀତ ଓ ଲୋକ ନୃତ୍ୟ ମହୋତ୍ସବ ଉପରେ ଆଲୋକପାତ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର ଓ ସ୍ବରୂପା ସିଂହ, ଲିପ୍‌ସା ମାହାଣା, ପ୍ରିତମ ମିଶ୍ର, ଚେତନାମୟୀ ବେହେରା ଓ ଚୁମକି ପାଢ଼ୀ ଯୋଗଦେଇ ସମସ୍ତ ଦର୍ଶକଙ୍କୁ ବିଭୋର କରିଥିଲେ। ଆଜିର ବିଶେଷ ଆକର୍ଷଣ ପଦ୍ମପୁର ସଙ୍ଗୀତ ସମିତି, ଜୟପୁର କଳା ପରିଷଦ, ସୁବର୍ଣ୍ଣପୁର ରୁମୁକୁ ଝୁମାନା କଳା ପ୍ରଦର୍ଶନ କରିଥିଲେ। ବିନିକା ଏନ୍‌ଏସି ପୂର୍ବ ଅଧ୍ୟକ୍ଷ ଉଷତ କର ପାପକ୍ଷୟ ମାନପତ୍ର ପଠନ କରି ଅତିଥିମାନଙ୍କ ଦ୍ବାରା ବିନିକା ମାଟିର ସୁଯୋଗ୍ୟ ସନ୍ତାନା ତଥା ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ଶାଶ୍ବତ ତ୍ରିପାଠୀଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଇଥିଲେ।

ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା, ମହୋତ୍ସବ ସମ୍ପାଦକ ମାନସ ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ। ମହୋତ୍ସବର ସହ ସମ୍ପାଦକ ନବଜୀବନ ପଣ୍ଡା, କୋଷାଧ୍ୟକ୍ଷ ସନ୍ତୋଷ ମହାକୁର, ସାଂସ୍କୃତିକ ସଂଯୋଜକ ମଦନ ମୋହନ ହୋତା, ଅଞ୍ଜନ ପଧାନ ଓ ତନିସା ଅଗ୍ରୱାଲା, ଉପଦେଷ୍ଟା ମଣ୍ଡଳୀର ଧର୍ମରାଜ ପଣ୍ଡା, ସୋମନାଥ ମିଶ୍ର, ରାଘବ ଦାସ, ମୁମତାଜ ପଣ୍ଡା, ଧର୍ମେନ୍ଦ୍ର ଥନାପତି, ଭୀମସେନ ସାହୁ, ଦେବଦତ୍ତ ପଣ୍ଡା, ଆଲୋକ ହୋତା, ରଘୁନାଥ କୁମ୍ଭାର, ଅଶୋକ ପଣ୍ଡା, ରବୀନ୍ଦ୍ର ପାତ୍ର, ଶେଖର ଶର୍ମା, ଆନନ୍ଦ ହୋତା, ସମୀର ରଞ୍ଜନ ପଣ୍ଡା, ଗୋବିନ୍ଦା ଅଗ୍ରୱାଲ, କେଦାର ପଣ୍ଡା, ମଣ୍ଟୁ ବାବୁ, ଦ୍ବାରିକାନାଥ ସାହୁ, କିଣୁ ପାଢ଼ୀ, ବିଜୟ ବରାଇ, ଟିଟୁ ପାଣିଗ୍ରାହୀ, ସୁଧାଂଶୁ ପଣ୍ଡା, ଦୀନବନ୍ଧୁ ମେହେର, ମନୋଜ ପଣ୍ଡ, ସୁଜିତ ଶର୍ମା, ଅଜିତ ସାହୁ, ଜିତେନ୍ଦ୍ର ମଣ୍ଡଳ, ଲାଳସ ନାୟକ, ମୁକେଶ ସାମନ୍ତରାୟ, ହାଡୁ ବଢ଼େଇ, ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର