ବିନିକା: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁଦିନ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା । ଜିଲ୍ଲାରେ ୧୨ ଶହ ଡେଇଁ ସାରିଲାଣି କରୋନା ପଜିଟିଭଙ୍କ ସଂଖ୍ୟା । ଗତକିଛି ଦିନ ହେଲା ବିନିକା ସହରରେ ବି କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଛି । ତେବେ କରୋନାକୁ ପ୍ରତିହତ କରିବାପାଇଁ ବିନିକା ବଣିକସଂଘ ସମ୍ପାଦକ ସନ୍ତୋଷ କୁମାର ଅଗ୍ରୱାଲଙ୍କ ଆହ୍ବାନ କ୍ରମେ ବିନିକା ସହରର ବଣିକ ସଂଘ,ଗ୍ୟାରେଜ ସଂଘ,ଡେଲି ମାର୍କେଟ ସଂଘ, ଲାୟନ୍ସ କ୍ଲବ, ନୂତନ ବସଷ୍ଟାଣ୍ଡ ସଂଘ ତରଫରୁ ଏକ ବୈଠକ ଚନ୍ଦ୍ରମା ହୋଟେଲଠାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିନିକା ତହସିଲଦାର ଅଲେଖ ଘୁଟା, ଥାନା ଅଧିକାରୀ ନିରଞ୍ଜନ ଦାଶ,ବିନିକା ବ୍ଳକ ବିଏସଏସଓ ଅଶ୍ବିନୀ ପାଣ୍ଡେ , ଏନଏସି ସେନିଟେସନ ସୁପରଭାଇଜର ସନ୍ତୋଷ ବନଛୋର ପ୍ରମୁଖ ରହିଥିଲେ। ଏଥିରେ ୧୧ ତାରିଖ ସକାଳ ୬ ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ତିନିଦିନ ଯାଏ ବିନିକା ସହରକୁ ସଟଡାଉନ୍ କରିବା ପାଇଁ ପ୍ରସ୍ତାବ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକଙ୍କୁ ଲିଖିତ ଅନୁରୋଧ କରିଥିଲେ । ଏଇ ସଟଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
/sambad/media/post_attachments/wp-content/uploads/2020/09/binika.jpg)
ଉକ୍ତ ବୈଠକରେ ଅଶୋକ ମେହେର , ପ୍ରଶାନ୍ତ ବାବୁ ,ଅନିଲ କୁମାର ସାହୁ , ପ୍ରସନ୍ନ କୁମାର ସୁବୁଦ୍ଧି , ମିତ୍ରଭାନୁ ଶର୍ମା , ଅମରନାଥ ଅଗ୍ରୱାଲ, ଦୀପକ କୁମାର ଅଗ୍ରୱାଲ, ଗଙ୍ଗାଧର ସାହୁ , ଶ୍ୟାମସୁନ୍ଦର ମେହେର , ପ୍ରମୁଖ ଉପସ୍ତିତ ଥିଲେ । ଏନେଇ ବିନିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ନାଏକଙ୍କୁ ପଚରା ଯିବାର ସରକାରୀ ସମସ୍ତ କାର୍ଯ୍ୟାଳୟ ଓ ଜରୁରୀ ସେବା ଖୋଲା ରହିବ ବୋଲି ପ୍ରକାଶ କରିଥିଲେ।ଏଇ ତିନିଦିନିଆ ସଟଡାଉନକୁ ବିନିକା ସହରବାସୀ ସ୍ୱତଃପୁର୍ତ୍ତ ଭାବେ ସମର୍ଥନ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bin.jpg)