ବିନିକା : ଲକ୍‌ଡାଉନ କଟକଣା ଭିତରେ ବିନିକା ମାର୍କେଟ ୟାଡ଼ ପରିସରରେ ରବି ଧାନ ସଂଗ୍ରହ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଜୟ ମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିନିକା ପେକ୍ସ ତରଫରୁ ଧାନ ସଂଗ୍ରହ ଶୁଭାରମ୍ଭ ହୋଇଛି।

Advertisment

ଏଠାରେ ସାମାଜିକ ଦୂରତା ନିୟମ ପାଳନ ସହିତ ମାସ୍କ ବ୍ୟବହାରକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମ ଦିନରେ ଜୟ ମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ଜୟଶ୍ରୀ ବାବୁ ଓ ସମ୍ପାଦକ ଅନୁପମା ଷାଣ୍ଢଙ୍କ ନେତୃତ୍ବରେ ୧୨ ଜଣ ଚାଷୀଙ୍କ ଠାରୁ ୧୦୩୩. ୯୧ କ୍ବିଣ୍ଟାଲ ଧାନ ଓ ବିନିକା ପେସ୍କ ସମ୍ପାଦକ ପ୍ରଶାନ୍ତ କୁମାର ନାଏକ ୩ ଜଣ ଚାଷୀଙ୍କ ଠାରୁ ୧୯୬ କ୍ବିଣ୍ଟାଲ ୧୦ କେଜି ଧାନ କ୍ରୟ କରିଥିବା ପ୍ରକାଶ କରିଛନ୍ତି ।

publive-image

ଏହାକୁ ସୁବର୍ଣ୍ଣପୁର ସିଏସଓ ବିବେକାନନ୍ଦ କରକରା, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ,ଜିଲ୍ଲା ମିଶନ ଶକ୍ତିର ଡିପିସି କାତ୍ତିକ ଚନ୍ଦ୍ର ନାଏକ, ବିନିକା ତହସିଲଦାର ଅଲେଖ ଘୁଟା , ସୁବର୍ଣ୍ଣପୁର ଭାରାପ୍ରାପ୍ତ ଏଆରସିଏସ ଗିରିଶ ପୁରୋହିତ, ଡ଼ୁଙ୍ଗୁରିପାଲି ଆରଏମଏସି ସମ୍ପାଦକ ଉଦିତ ବାବୁ ,ବିନିକା ସିଓ ତଥା ସଭାପତି ଅକ୍ଷୟ ମେହେର, ବିନିକା ବ୍ଳକ ସପ୍ଳାଏ ଇନସ୍ପେକ୍ଟର ଦିବ୍ୟସିଙ୍ଗ ବଡ଼ମାଲି, ବିନିକା ଏନଏସି ସପ୍ଳାଏ ଇନସ୍ପେକ୍ଟର ରାଜ କିଶୋର ସ୍ବାଇଁ , ଚାଷୀ ନେତା ସଜନ କୁମାର ପଣ୍ଡା, ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ।