ସମ୍ବଲପୁର: ବିନିତ୍ ସିଂହ ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ନୂତନ ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ସେ ପ୍ରଦୀପ କୁମାରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ସିଂହ ନୂଆଦିଲ୍ଲୀସ୍ଥିତ ରେଲ୍‌ଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନି‌େର୍ଦ୍ଦଶକ ପଦରେ ଅବସ୍ଥାପିତ ଥିଲେ।

Advertisment

୧୯୯୦ ବ୍ୟାଚ୍‌ର ଭାରତୀୟ ରେଳ ସେବା ଅଧିକାରୀ (ମେକାନିକାଲ୍ ଇଂଜିନିୟର୍ସ) ଶ୍ରୀ ସିଂହ ୧୯୯୨ରେ ଭାରତୀୟ ରେଳବାଇରେ ନିଯୁକ୍ତ ହୋଇଥିଲେ। ସେ ମେକାନିକାଲ୍ ଇଂଜିନିୟରିଂ ପାଠ ପଢ଼ିବା ପରେ ଏମ୍‌ଡିଆଇ ଗୁରୁଗ୍ରାମରୁ ପିଜିଡିବିଏମ୍ ଡିଗ୍ରି ହାସଲ କରିଥିଲେ। ସେ ରେଳବାଇରେ ବିଭିନ୍ନ ଜୋନ୍‌ରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରି ସଫଳତା ଲାଭ କରିଛନ୍ତି।