୪ ବର୍ଷର ଝିଅକୁ ଲିଭର କ୍ୟାନ୍ସର, ୫୦ ହଜାର ଟଙ୍କା ଆର୍ଥିକ ସହାୟତା କଲେ ବିନୋଦ

ମାଲକାନଗିରି: ରୋଗ କାହାକୁ କେତେବେଳେ ମଦିବସେ କେହି ଜାଣନ୍ତି ନାହିଁ। ଏଭଳି ଏକ ଦୁରାରୋଗ୍ୟ ଜଣେ ୪ ବର୍ଷର ଝିଅକୁ ଗ୍ରାସ କରିଛି।ମାଲକାନଗିରି ବାସିନ୍ଦା ବିକାଶ ଦଣ୍ଡସେନାଙ୍କ ଝିଅ ରୁତଭି(୪)ର ଅଚାନକ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ ତୁରନ୍ତ ଭଦ୍ରାଞ୍ଚଳମ ମେଡିକାଲ ନେଇଥିଲେ। ସେଠାରେ କିଛି ଫଳପ୍ରଦ ନହେବାରୁ ଝିଅକୁ ବିକାଶ ବିଲ୍ଲୁର ନେଇଥିଲେ। ସେଠାରେ ରୁତ୍ବଭିକୁ ଲିଭର କ୍ୟାନ୍ସର ହୋଇଥିବା ଜଣାପଡିଥିଲା। ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କା ଦରକାର ପଡୁଥିବା ଜଣାପଡିଛି।
ଏନେଇ ବିକାଶ ସୋସିଆଲ ମିଡ଼ିଆରେ ଝିଅର ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଥିଲେ। ସୋସିଆଲ ମିଡିଆରେ ସମାଜସେବୀ ବିନୋଦ ଟାୱାରୀ ଏହା ଦେଖିବା ପରେ ତୁରନ୍ତ ବିକାଶ ସହ କଥାବାର୍ତ୍ତା ହୋଇଥିଲେ।  ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା କରିଛନ୍ତି। ଅନ୍ୟ ବଦାନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ସେ ରୁତଭିକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ପ୍ରଶାସନ ତରଫରୁ ମଧ୍ୟ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଦାବି ହୋଇଛି। ବିନୋଦଙ୍କ ଏହି ଅବଦାନ ପାଇଁ ସବୁ ମହଲରେ ପ୍ରଶଂସା କରାଯାଇଛି।
ସମ୍ବନ୍ଧିତ ଖବର