ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ବର: ୨୦୩୦ ସୁଦ୍ଧା ଓଡ଼ିଶା ୧୦୦ ମିଲିୟନ ଟନ୍ ଖଣିଜ ପଦାର୍ଥ ଉତ୍ତୋଳନ କରିବ। ଆଜି ଭାରତ ସରକାରଙ୍କ ଇସ୍ପାତ ସଚିବ ବିନୟ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସଚିବାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି। ଶ୍ରୀ କୁମାର କହିଥିଲେ ଓଡ଼ିଶାର ଖଣିଜ ସମ୍ପଦକୁ ଆଖିରେ ରଖି ଷ୍ଟିଲ ହବ୍ ଓ ଷ୍ଟିଲ କ୍ଲଷ୍ଟର ଭିତ୍ତିଭୂମି କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କହିଥିଲେ ବର୍ତ୍ତମାନ ରାଜ୍ୟର ଖଣିଜ ଉତ୍ପାଦନ ୩୩ ମିଲିୟନ ଟନ୍ ରହିଛି। ଏହାକୁ ବୃଦ୍ଧି କରି ୧୦୦ ମିଲିୟନ ଟନରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରେଳପଥ, ସଡ଼କ ପଥ ଓ ଜଳ ପଥର ବିକାଶ କରିବା ଆବଶ୍ୟକତା ରହିଛି। ଏ ନେଇ କେନ୍ଦ୍ର ଇସ୍ପାତ ସଚିବଙ୍କୁ କେତେଗୁଡ଼ିଏ ପ୍ରସ୍ତାବ ଦିଆଯାଇଛି। ବିଜୁ ପଟ୍ଟନାୟକ ଷ୍ଟିଲ ଇନ୍ସଟିଚ୍ୟୁଟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରଖିଛନ୍ତି। ଏ ନେଇ କେନ୍ଦ୍ର ଇସ୍ପାତ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିବା ଶ୍ରୀ ତ୍ରିପାଠୀ କହିଥିଲେ। ଆଲୋଚନା ସମୟରେ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଚିବ ଆର.କେ ଶର୍ମା ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର