ଯୁବକଙ୍କ ଅଭିନବ ପ୍ରୟାସ : ଚାକିରୀ ପଛରେ ନ ଗୋଡ଼ାଇ ଆଧୁନିକ ଜ୍ଞାନ କୌଶଳରେ ଆରମ୍ଭ କଲେ ‘ବାଓଫ୍ଲକ୍’ ମାଛ ଚାଷ, କମ୍ ସମୟରେ ଦେଇପାରିବ ଅଧିକରୁ ଅଧିକ ଲାଭ

ବାଲେଶ୍ୱର : ଦିନକୁ ଦିନ ବେକାରୀ ସମସ୍ୟା ବଢୁଥିବା ବେଳେ ଦୁଇ ଉଚ୍ଚ ଶିକ୍ଷିତ ଯୁବକ ଚାକିରୀ ପଛରେ ନ ଗୋଡ଼ାଇ ରୋଜଗାର ନୂଆ ରାସ୍ତା ଆପଣାଇଛନ୍ତି। ନୂତନ ଜ୍ଞାନ କୌଶଳରେ ଏମିତି ମାଛ ଚାଷ କରୁଛନ୍ତି। ଯାହା ପୋଖରୀରେ ପାରମ୍ପରିକ ମାଛ ଚାଷ ଭଳି ଭ୍ରମ ସୃଷ୍ଟି କରୁଛି। ଅଳ୍ପ ଜାଗା, ସ୍ୱଳ୍ପ ଖର୍ଚ୍ଚ ସାଙ୍ଗକୁ ସ୍ୱଳ୍ପ ସମୟରେ ଯଥେଷ୍ଟ ଲାଭ ଦେଇପାରିବ ଏହି ମାଛ ଚାଷ।

ବେକାରୀକୁ ବାଏ ବାଏ !

#ବେକାରୀକୁ_ବାଏ_ବାଏ ! #ଗାଁ_ଗୌରବ: ରୋଜଗାରର ନୂଆ ରାସ୍ତା ଦେଖାଇଲେ ବାଲେଶ୍ୱରର ଯୁବକ । ଆଧୁନିକ ଜ୍ଞାନ କୌଶଳରେ ଆରମ୍ଭ କଲେ ବାଓଫ୍ଲକ୍ ମାଛ ଚାଷ, କମ୍ ସମୟରେ ଦେବ ଅଧିକରୁ ଅଧିକ ଲାଭ #BioFloc Balesore Odisha #FishFarming

Publiée par Kanak News sur Vendredi 25 octobre 2019

 

ଆମେ ସମସ୍ତେ ମାଛ ଚାଷ କଥା ଶୁଣିଲେ ଆଗ ପୋଖରୀ କଥା ଭାବି ଥାଉ। ତେବେ ମାଛ ଚାଷ କରିବାକୁ ହେଲେ ଆଗ ଗୋଟେ ପୋଖରୀର ଆବଶ୍ୟକ ହେଉଥିବା ବେଳେ ମାଛ ବଢ଼ିବା ପାଇଁ ସର୍ବନିମ୍ନ ୬ ମାସ ସମୟର ମଧ୍ୟ ଆବଶ୍ୟକତା ଅଛି। କିନ୍ତୁ ବାଲେଶ୍ୱର ବହବଲପୁରର ଦୁଇ ଯୁବକ ରାଜେଶ କୁବେରା ଓ ଶ୍ରୀକୃଷ୍ଣ ଦାସ ଆକାଉଣ୍ଟିଙ୍ଗ୍ ରେ ସ୍ନାତକୋତ୍ତର କରିବା ପରେ ଚାକିରୀ ପାଇଁ ମନ ନବଳାଇ ନିଜେ ବେକାରୀ ବାଏ ବାଏ କହିବା ପାଇଁ ଆପଣାଇଛନ୍ତି ବାଓଫ୍ଲକ ମାଛ ଚାଷ ତରିକା।

ଇଣ୍ଡୋନେସିଆ ମାଛ ଚାଷ ବାଓଫ୍ଲକ୍ ପଦ୍ଧତି ପ୍ରତି ଆକୃଷ୍ଟ ହୋଇ ଏହି ପଦ୍ଧତିରେ ମାଛ ଚାଷ ହେଉଥିବା ବିଭିନ୍ନ ରାଜ୍ୟକୁ ଯାଇ ତାଲିମ ନେବା ପରେ ନିଜ ଜାଗାରେ ଆରମ୍ଭ କରିଛନ୍ତି ଏହି ବାଓଫ୍ଲକର ମାଛ ଚାଷ। ଏହି ପ୍ରଣାଳୀରେ ଛାତ ଉପରେ ମଧ୍ୟ ମାଛ ଚାଷ କରାଯାଇ ପାରିବ। ଏଥିପାଇଁ ଆପଣଙ୍କୁ ଦରକାର ୪ ମିଟର ବ୍ୟାସ।ର୍ଦ୍ଧ ଓ ଚାରିଫୁଟ ଉଚ୍ଚତା ବିଶିଷ୍ଟ ଏକ ଟାରପୋଲିନ୍ ପିଭିସି ଟାଙ୍କି। ପ୍ରତ୍ୟେକ ଟାଙ୍କିରେ ରହିଛି ୧୦ ହଜାର ଲିଟର ପାଣିର କ୍ଷମତା । ଗୋଟିଏ ଟାଙ୍କି ପ୍ରସ୍ତୁତ କରିବାକୁ ଖର୍ଚ୍ଚ ହେବ ପାଖାପାଖି ୨୫ ରୁ ୩୦ ହଜାର ଟଙ୍କା।

ତେବେ ରାଜେଶ ଓ ଶ୍ରୀକୃଷ୍ଣ କରିଛନ୍ତି ୫ ଟି ଟାଙ୍କି। ଯେଉଁଥିରେ ପ୍ରତ୍ୟେକ ଟାଙ୍କିରେ ଛଡ଼ାଯାଇଛି ୭ ହଜାର ଭିଏତନାମ କଉ ମାଛ। ତିନି ମାସରେ ଏହି ମାଛ ୧୦୦ ଗ୍ରାମ ହେଇଗଲେ ବିକ୍ରି କରାଯିବ। କିଲୋପିଛା ଦାମ ରହିଛି୨୦୦ ରୁ୨୫୦ ଟଙ୍କା। ଦୁଇ ଜଣଙ୍କ କହିବା ମୁତାବକ, ୧ କିଲୋ ମାଛ ପ୍ରତି ୭୦ ରୁ ୮୦ ଟଙ୍କା ଖର୍ଚ ହେଉଥିବା ବେଳେ ବିକ୍ରି ଦାମ ରହିଛି ୨୦୦ ରୁ ୨୫୦ ଟଙ୍କା। ମାଛ ଚାଷର ଏହି ନୂଆ ପଦ୍ଧତି ନିଶ୍ଚିତ ଭାବେ ମାଛ ଚାଷ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବ।

ସମ୍ବନ୍ଧିତ ଖବର