ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଜୀବନୀ ସାହିତ୍ୟ ଗଳ୍ପର ଏକ କଳା, ଏହାର ଲେଖନୀ ଶୈଳୀ ଭିନ୍ନ

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ସ୍ବତନ୍ତ୍ରତାର ଉତ୍ସବ ହେଲା ଜୀବନୀ ସାହିତ୍ୟ। ଏହା ଗଳ୍ପର ଆଉ ଏକ କଳା, ଯାହାକୁ ଲେଖିବାର ଭିନ୍ନ ଶୈଳୀ ରହିଛି। ‘ଜୀବନରେ ସମନ୍ବୟ’ ଶୀର୍ଷକ ଆଲୋଚନାରେ ଏହି ମତ ପ୍ରକାଶ ପାଇଥିଲା।

ଏଥିରେ ଅଂଶଗ୍ରହଣ କରି ସମ୍ଭକାର ଏବଂ ଲେଖିକା ବାଚି କାରକାରିଆ, ଲେଖକ ଖୁସୱନ୍ତ ସିଂ ଏବଂ ଅନୁବାଦକ ଯତୀନ୍ଦ୍ର ନାୟକ କହିଥିଲେ, ଉଭୟ ଜୀବନୀ ଏବଂ ଆତ୍ମଜୀବନୀ ସ୍ମୃତିଶକ୍ତି ଉପରେ ଆଧାରିତ। ଅନେକ ସମୟରେ ସମାନ ବ୍ୟକ୍ତିଙ୍କ ଦୁଇଟି ଭିନ୍ନ ଜୀବନୀ ପୁସ୍ତକ କିମ୍ବା ଆତ୍ମଜୀବନୀରେ ଦୁଇଟି ଭିନ୍ନକଥା ଦେଖିବାକୁ ମିଳେ। ଆଜିର ସମୟରେ ପାଠକମାନେ ଜୀବନୀ ଏବଂ ପ୍ରୋଫାଇଲ୍‌ର ତଫାତ୍‌କୁ ବୁଝି ପାରନ୍ତି ନାହିଁ। ଅନେକ ଗବେଷଣା ପରେ ଲିଖିତ ଜୀବନୀ ପୁସ୍ତକକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଆପତ୍ତି ଉଠିଥାଏ। ବର୍ତ୍ତମାନ ସମୟରେ ଐତିହାସିକ ଚରିତ୍ରଙ୍କ ଜୀବନୀ ଲେଖିବା ହିଁ ସୁବିଧାଜନକ ହେଉଛି। ଜୀବନୀ ଲେଖାଯାଉଥିବା ବ୍ୟକ୍ତିଙ୍କ ଜୀବନର କେଉଁ ବିନ୍ଦୁ ଉପରେ ଲେଖାଯିବ, ତାଙ୍କର ଇଚ୍ଛାକୁ ମଧ୍ୟ ସମ୍ମାନ ଦେବା ଉଚିତ। ଏହି ଅଧିବେଶନକୁ ପ୍ରଫେସର୍‌ ଶଶ୍ମି ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର