ରାଜନୀତି ନିଶାରେ ଡ. ବିପିନ କୁଶଲିଆ; ସ୍ୱାମୀ କାଉନସିଲର ଓ ସ୍ତ୍ରୀ ଚେୟାରମ୍ୟାନ ପ୍ରାର୍ଥୀ

ବଲାଙ୍ଗୀର : ପୂରା ରାଜ୍ୟରେ ଏବେ ନେତାଙ୍କ ପୌର ପରୀକ୍ଷା ଚାଲିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର। ହେଲେ ପୌର ନିର୍ବାଚନରେ ଭିନ୍ନ ଧରଣର ଏକ ଦୃଶ୍ୟ ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଏକଦା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବ୍ୟକ୍ତିଗତ ସହାୟକ ଥିବା ଡ. ବିପିନ କୁଶଲିଆ ଏଥର ପୌର ନିର୍ବାଚନରେ ନିଜେ କାଉନସିଲର ପ୍ରାର୍ଥୀ। ଆଉ ପତ୍ନୀ ସୌଦାମିନୀ କୁଶଲିଆଙ୍କୁ କରିଛନ୍ତି ଚେୟାରମ୍ୟାନ ପ୍ରାର୍ଥୀ। ଉଭୟ ଏବେ ପଡ଼ା ପଡ଼ା ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି।

ଡ. ବିପିନ କୁଶଲିଆ ଉଚ୍ଚଶିକ୍ଷିତ। ଜେଏନ୍‌ୟୁରେ ସେ ପାଠ ପଢ଼ିଛନ୍ତି। ଜେଏନ୍‌ୟୁରେ ଇଂରାଜୀରେ ପିଜି କରିବା ପରେ ଏମ୍‌ଫିଲ୍‌ ଓ ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ପାଠ ପଢ଼ିଥିଲେ। ତାପରେ ସେ କିଛି ସମୟ ବାହାରେ ରହି କାମ କରିବା ପରେ ଲୋକଙ୍କ ପାଇଁ ଗ୍ରାଉଣ୍ଡ ଜିରୋରେ କାମ କରିବାକୁ ବଲାଙ୍ଗୀର ଫେରିଥିବା କହିଛନ୍ତି। ତେବେ ଡ. କୁଶୁଲିଆ ନିଜେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଗଠନ କରିଛନ୍ତି। ବିଭିନ୍ନ ସମୟରେ ସେ ଧାରଣାମାନ ଦେଇଥାନ୍ତି। ରାଜନୀତିର ନିଶା ତାଙ୍କୁ ଘାରିଥିବା ତାଙ୍କ ପତ୍ନୀ କହିଛନ୍ତି। ହେଲେ ପତ୍ନୀ ହୋଇ ସେ ମଧ୍ୟ ଲୋକଙ୍କ ସେବା କରିବାକୁ ନର୍ସ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା କୁହନ୍ତି। ଦୁଇ ସ୍ୱାମୀ-ସ୍ତ୍ରୀ ସ୍କୁଟିରେ ପଡ଼ାକୁ ପଡ଼ା ବୁଲି ପ୍ରଚାର କରୁଛନ୍ତି।

ସମ୍ବନ୍ଧିତ ଖବର