ସୋହେଲା : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ସହକାରୀ ନିର୍ଦ୍ଦେଶକ (ଆଇନ) ପରୀକ୍ଷାରେ ସୋହେଲା ବ୍ଲକ ରେଙ୍ଗାଲି ଗ୍ରାମର ବିପୁଳ ବାରିକ କୃତକାର୍ଯ୍ୟ ହୋଇଛନ୍ତି। ସ୍ୱର୍ଗତ ରାଧାଶ୍ୟାମ ବାରିକଙ୍କ ନାତି ଓ ସୋହେଲାର ବରିଷ୍ଠ ଓକିଲ ଅଶୋକ ବାରିକଙ୍କ ପୁତ୍ର ବିପୁଳ ଜଣେ ମେଧାବୀ ଛାତ୍ର ଅଟନ୍ତି।
ସେ ସୋହେଲା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ପରେ ପାଇକମାଳ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଦଶମ ଏବଂ କୋଣାର୍କ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ +୨ ଶିକ୍ଷା ଗ୍ରହଣ କରିଥିଲେ। ଭୁବନେଶ୍ୱର ସ୍ଥିତ ଆଇନ କଲେଜରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ ପରେ ଦିଲ୍ଲୀରେ ରହି ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ। ସେ ସଫଳତାର ଶ୍ରେୟ ଅଜା ଆଡ୍ଭୋକେଟ ଗଜାନନ ବାରିକଙ୍କ ସମେତ ପିତାମାତା ଓ ଶିକ୍ଷକମାନଙ୍କୁ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ ପୂର୍ବତନ ସାଂସଦ ପ୍ରଭାସ ସିଂଙ୍କ ସମେତ ଅନେକ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/sohela.jpg)