ଫାଇନାଲ ସେମିଷ୍ଟାର ପରୀକ୍ଷା କରାଇବା ଦାବିରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିପିୟୁଟି ଛାତ୍ର

ଭୁବନେଶ୍ବର: ବିପିୟୁଟି ଛାତ୍ର ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ଫାଇନାଲ ସେମିଷ୍ଟାର ପରୀକ୍ଷା କରାଇବା ଦାବିରେ ବିପିୟୁଟି ଛାତ୍ର ଏହି  ଘେରାଉ କରିଛନ୍ତି ।

ଘେରାଉ କରିଥିବା ଛାତ୍ରମାନେ କହିଛନ୍ତି, ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ । ସେତେବେଳେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫଲାଇନ ପରୀକ୍ଷା କରାଯିବ । ମାତ୍ର ଏ ଯାଏଁ ପରୀକ୍ଷା ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ମଧ୍ୟ ଶେଷ ସେମିଷ୍ଟର ପରୀକ୍ଷା ହୋଇ ନ ଥିବାରୁ ଆଡମିସନ୍ କରି ପାରୁନାହାନ୍ତି ।

ଏଥିସହ ଓଜେଇଇର କାଉନସେଲିଂ ତାରିଖକୁ ଘୁଞ୍ଚାଇବାକୁ ଦାବି କରିଛନ୍ତି । ଛାତ୍ରମାନଙ୍କ ସହ ଆଲୋଚନା କରି ସପ୍ତାହେ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଛାତ୍ରଛାତ୍ରୀ ଯେପରି ଉଚ୍ଚଶିକ୍ଷା କି ଚାକିରି ସୁବିଧା ପାଇବାରୁ ବାଦ ନପଡନ୍ତି ସେଥିପାଇଁ ଚେଷ୍ଟା କରାଯାଉଥିବା ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.