ଭୁବନେଶ୍ବର/ବୀରମହାରାଜପୁର: ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି। ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି। ସୂଚନାଯୋଗ୍ୟ, ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ।
/sambad/media/post_attachments/wp-content/uploads/2024/02/f2238e47-33c1-4f0a-9c5a-935a861b78b1.jpeg)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ନମିଳିବା ପରେ ଶନିବାର ଏହାକୁ ନେଇ ଅଞ୍ଚଳର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥାନୀୟ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଥିଲା। ସ୍ଥାନୀୟ ମୈତ୍ରୀ ସଦନଠାରେ ଶନିବାର ବୀରମହାରାଜପୁର ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳିନୀରେ ବ୍ଲକ୍ ବିଜେଡି ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି କହିଥିଲେ ଯେ, ବୀରମହାରାଜପୁର ଏନ୍ଏସି ମାନ୍ୟତା ପାଇବାରୁ ବଞ୍ଚିତ ହେବା ସମସ୍ତଙ୍କୁ ଚକିତ କରିଛି। ଏହାର ପୁନଃ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏଥିପାଇଁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ତୁରନ୍ତ ଭୁବନେଶ୍ୱର ଯାଇଥିଲେ। ଆଜି ଉଭୟ ବିଜେପି ଓ କଂଗ୍ରେସ ବୀରମହାରାଜପୁରରେ ବିଧାୟକ ପଦ୍ମନାଭ ବେହେରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/8637cb6f-9347-49e3-817c-b0f69c0d972a.jpeg)