କଟକ : ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ଗିରଫ ହୋଇ ଜେଲରେ ଥିବା ଡାକ୍ତର ଦେବାଶିଷ ଘୋଷ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ନିମ୍ନ ଅତାଲତରେ ଜାମିନ ଖାରଜ ହେବା ପରେ ଡାକ୍ତର ଘୋଷ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଛନ୍ତି। ଏହି ମାମଲାରେ ପୀଡ଼ିତାଙ୍କ ବେଆଇନ ଗର୍ଭପାତ ନେଇ ଆବେଦନକାରୀଙ୍କ ବିରୋଧରେ ଅଭିଯୋଗ ରହିଥିଲା। କ୍ରାଇମବ୍ରାଞ୍ଚ ଆବେଦନକାରୀଙ୍କୁ ଜୁଲାଇ ୭ରେ ଗିରଫ କରିଥିଲା। ପୂର୍ବରୁ ବହିଷ୍କୃତ ପୁଲିସ ଇନ୍ସପେକ୍ଟର ଆନନ୍ଦ ଚନ୍ଦ୍ର ମାଝୀ ଏହି ମାମଲାରେ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁତ୍ର ଥାନା ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ପ୍ରସଂଗକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ରାଇବଗା ଥାନାରେ ରୁଜୁ ହୋଇଥିବା ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗ୍ରହଣ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଥାନାରେ ନାବାଳିକା ଦୁଷ୍କର୍ମ ମାମଲା : ଜାମିନ ପାଇଁ ହାଇକୋର୍ଟରେ ଡାକ୍ତର
/sambad/media/post_attachments/wp-content/uploads/2020/07/high-court.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)