ହାଜତ ମୃତ୍ୟୁ ଅଭିଯୋଗରେ ଥାନା ଘେରାଉ, ପୁଲିସ-ଉତ୍ତେଜିତ ଲୋକ ମୁହାଁମୁହିଁ

ରାଉରକେଲା: ଜଣେ ଅଭିଯୁକ୍ତର ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ସମ୍ପର୍କୀୟ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଘେରାଉ କରିଛନ୍ତି। ସେମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଖବର ପାଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଛନ୍ତି l ତେବେ ହାଜତ ମୃତ୍ୟୁକୁ ଏସପି ଖଣ୍ଡନ କରିଛନ୍ତି l ଅଭିଯୁକ୍ତ ଅସୁସ୍ଥ ଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ସେ କହିଛନ୍ତି।


ସୂଚନାଯୋଗ୍ୟ, ଗତକାଲି ବୀରମିତ୍ରପୁର ଥାନାରେ ଅଟକ ଥିବା ଯୁବକଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ଅଭିଯୁକ୍ତ ଜଣକ କେଉଁ ଅପରାଧରେ ଗିରଫ ହୋଇଥିଲା, ପୁଲିସ ତାହା ସ୍ପଷ୍ଟ କରିନାହିଁ l ପରିସ୍ଥିତିକୁ ଦେଖି ଏବେ ଥାନା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l

ସମ୍ବନ୍ଧିତ ଖବର