ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳରେ ଏକ ପରିବାରକୁ ସାମାଜିକ ବାସନ୍ଦ ଘଟଣାରେ ୧୪ଜଣଙ୍କ ନାଆଁରେ ମାମଲା ରୁଜ୍ଜୁ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳରେ ଜମି ହଡ଼ପ ଓ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବାର ଖବର ମିଳିଛି। ଉକ୍ତ ପରିବାରକୁ ୨୦ ହଜାର ଟଙ୍କା ଜରିମାନା ସହ ଗାଁ ଛାଡ଼ି ଚାଲିଯିବାକୁ ଧମକ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁର ସୁଖଦେବ ରଣାଙ୍କ ସ୍ତ୍ରୀଙ୍କୁ ଡାହାଣୀ କହିବା ସହିତ ସେହି ଗାଆଁର କିଛି ଲୋକ ତାଙ୍କ ଜାଗାରେ ଜୋର ଜବରଦସ୍ତି ଘର ତିଆରି କରିଛନ୍ତି। ଖାଲି ସେତିକି ନୁହେଁ, ସୁଖଦେବ ରଣା ଓ ତାଙ୍କ ପରିବାର ଲୋକଙ୍କୁ ନାନା ପ୍ରକାରର ନିର୍ଯାତନା ଦିଆଯାଉଥିବା ନେଇ ସୁଖଦେବ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ତାପରେ ସୁଖଦେବ ସପରିବାର ଗତ ୧୪ ତାରିଖରେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ବୀରମିତ୍ରପୁର ଥାନା ପୁଲିସ୍ ତଦନ୍ତ କରି ୧୪ଜଣଙ୍କ ନାଆଁରେ ମାମଲା ରୁଜ୍ଜୁ କରିଛି। ଏମାନେ ସମସ୍ତେ ରତାଖଣ୍ଡି ଗ୍ରାମର ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର