ଭୁବନେଶ୍ବର: କରୋନା ଆକ୍ରାନ୍ତ ଥିବା ଆଇଇଏସ ଡକ୍ଟର ବିରଞ୍ଚି ନାରାୟଣ ନନ୍ଦ(୬୧)ଙ୍କର ଦିଲ୍ଲୀରେ ଆଜି ସକାଳ ୭ଟାରେ ପରଲୋକ ହୋଇଛି। ଗତବର୍ଷ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟର ସଚିବ ପଦରୁ ଅବସର ନଇଥିଲେ ଡ. ନନ୍ଦ। ଯାଜପୁରରେ ଜନ୍ମିତ ଡକ୍ଟର ନନ୍ଦ ଅବସର ନେଲାପରେ "ଓଡ଼ିଶା ସ୍ୱାଭିମାନ ପରିଷଦ" ନାମକ ଏକ ସାମାଜିକ ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଉକ୍ତ ଅନୁଷ୍ଠାନକୁ ନେଇ ଓଡ଼ିଶାର ସ୍ୱାଭିମାନ ଓ ସାମାଜିକ ଅର୍ଥନୈତିକ ବିକାଶ କରିବା ପାଇଁ ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଓଡ଼ିଶାର ଜଳ,ଜମି,ଜଙ୍ଗଲ ଓ ମା’ ମାଟି ମଣିଷର ସୁରକ୍ଷା ପୁନରୁଦ୍ଧାର ଏବଂ ସାମଗ୍ରିକ ବିକାଶ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କୋଭିଡ ଲକଡାଉନ ଓ ସଟଡାଉନ ସମୟରେ ଗ୍ରାମାଞ୍ଚଳରେ ଗରିବ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ ଡ. ନନ୍ଦ। ସେ ଦିଲ୍ଳୀରେ ଥିବା ସମୟରେ କୋଭିଡର ପ୍ରଥମ ଡୋଜ ଟିକା ମଧ୍ୟ ନେଇଥିଲେ । ହେଲେ ବିଧିର ଵିଧାନ ବଡ଼ ବିଚିତ୍ର । ଗତ କିଛିଦିନ ତଳେ କୋଭିଡ ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ତାଙ୍କ ବିୟୋଗରେ ପରିଷଦର ମହାସଚିବ ଡ଼. ନିରଂଜନ ବିଶ୍ୱାଳ ଓ ଅନ୍ୟ ସଦସ୍ୟମାନେ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Biranchi-narayan-nanda-25_Thumb.jpg)