ନିଲମ୍ବିତ ହେଲେ ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ୍

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ନିଲମ୍ବିତ କରାଯାଇଛି ।  ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରିଛି ଓଏସଏସସି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ବିରଞ୍ଚିଙ୍କ ଠାରୁ ସାଢେ ୩ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିରଞ୍ଚିଙ୍କ ଘର ସମେତ ବିଭିନ୍ନ ଠିକଣାରେ ଜୁଲାଇ ୩୦ ତାରିଖରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି । ତା ମଧ୍ୟରେ ରହିଥିଲା ବିପୁଳ ପରିମାଣର ନଗଦ ଟଙ୍କା । ଏହାସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ଜବତ ହୋଇଥିଲା । ଏତେ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସମ୍ବନ୍ଧିତ ଖବର