ଟାଙ୍ଗୀ: ଶୀତ ବଢ଼ିବା ସାଙ୍ଗକୁ ବିଦେଶରୁ ଛୁଟିଲେଣି ଜାତି ଜାତିକା ପକ୍ଷୀ। ଏମାନଙ୍କ କଳରବରେ ଗୁଞ୍ଜରି ଉଠିଲାଣି ଓଡ଼ିଶାର ପକ୍ଷୀ ଅଭୟାରଣ୍ୟ ‘ମଙ୍ଗଳାଯୋଡି’। ଏ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ବି ପ୍ରସ୍ତୁତି ଆରମ୍ଭ କରି ଦେଲାଣି। ଗୋଟିଏ ପଟେ ପକ୍ଷୀମାନଙ୍କର ସ୍ବାବ ସବୁ ସଂଗ୍ରହ ଚାଲିଥିବା ବେଳେ ଆସନ୍ତା ୩ତାରିଖରୁ ପକ୍ଷୀ ଗଣନା ପାଇଁ ବିଭାଗୀୟ ପ୍ରସ୍ତୁତି ସରିଲାଣି। ଆସନ୍ତା ମାସ ୪ତାରିଖ ଦିନ ପୂରା ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ବରଜ ଦାସ ପ୍ରକାଶ କରିଛନ୍ତି।
କେବଳ ମଙ୍ଗଳାଯୋଡି ନୁହେଁ, ଚିଲିକା,ନଳବଣ, ସାତପଡ଼ା ଆଦି ବିଭିନ୍ନ ଅଞ୍ଚଳରେ ଏକକାଳୀନ ଗଣନା ଚାଲିବ। ଏଥିରେ ମୋଟ୍ ଉପରେ ପ୍ରାୟ ଶହେରୁ ଅଧିକ ଟିମ୍ ସାମିଲ୍ ହେବ। ସେଥିରୁ ୮ଟି ଟିମ୍ ମଙ୍ଗଳାଯୋଡିରେ ଗଣନା କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ମଙ୍ଗଳାଯୋଡିର ମୋଟ୍ ୨୧ଟି ସ୍ଥାନରେ ପକ୍ଷୀଙ୍କର ଗଣନା କରାଯିବ। ଏଥିପାଇଁ ଆସନ୍ତା ୩ତାରିଖ ଦିନ ସମସ୍ତଙ୍କୁ ତାଲିମ୍ ଦିଆଯିବ ବୋଲି ରେଞ୍ଜର ଶ୍ରୀ ଦାସ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/K-11-Chilika-Pakhi.jpg)