ଭୁବନେଶ୍ୱର: ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଓଡ଼ିଶାର ବୃହତ୍ତ ଜଳରାଶିଗୁଡ଼ିକୁ ଦେଶ-ବିଦେଶରୁ ପକ୍ଷୀମାନଙ୍କର ଆଗମନ ହେଉଛି। ରାଜ୍ୟର ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ଦେଶୀ-ବିଦେଶୀ ପକ୍ଷୀମାନଙ୍କ ଭିଡ଼ ଜମୁଛି। ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନରେ ଗୁରୁବାର ଠାରୁ ପକ୍ଷୀଗଣନା ଆରମ୍ଭ ହେବ। ମୟୂରଭଂଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଗୁରୁବାର ଠାରୁ ପକ୍ଷୀଗଣନା ହେବ। ସେହିପରି ଏସିଆ ମହାଦେଶର ବୃହତ୍ତମ ଲୁଣି ହ୍ରଦ ‘ଚିଲିକା’ରେ ଜାନୁଆରି ୪ରୁ ପକ୍ଷୀ ଗଣନା ହେବ।

Advertisment

publive-image

ଜାନୁଆରି ୬ରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତଗର୍ତ ଭିତରକନିକା ଅଭୟାରଣ୍ୟ ଓ ସମ୍ବଲପୁର ଜିଲ୍ଲାର ହୀରାକୁଦରେ ପକ୍ଷୀଗଣନା କରାଯିବ ବୋଲି ଜଣାପଡ଼ିଛି। ଚିଫ ଓ୍ଵାଇଲ୍ଡ ଲାଇଫ ଓ୍ଵାଡେନ ସନ୍ଦୀପ ତ୍ରିପାଠୀଙ୍କ ସୂଚନା ଅନୁସାରେ ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟେକ୍ସନ କ୍ୟାମ୍ପ କରାଯାଇଛି। ସେହିପରୀ ପକ୍ଷୀ ଶିକାରୀଙ୍କୁ ଧରିବା କଡ଼ା ନଜର ରଖାଯାଇଛି।

publive-image

ପକ୍ଷୀ ଗଣନା ବ୍ୟତୀତ ବନ ବିଭାଗ ପକ୍ଷରୁ କୁମ୍ଭୀର ଓ ଡଲଫିନ୍‌ ଗଣନା ମଧ୍ୟ ହେବ। ଚିଲିକାର ସାତପଡ଼ା ଠାରେ ଜାନୁଆରି ୧୯ରେ ଡଲଫିନ୍‌ ଗଣନା ହେବ। ଏହା ପୂର୍ବରୁ ଜାନୁଆରି ୬ ରୁ ୧୪ ମଧ୍ୟରେ କୁମ୍ଭୀର ଗଣନା ସରିବ।