ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜି ପକ୍ଷୀ ଗଣନା କରାଯାଇଛି। ଏହି ଦୁଇ ବନଖଣ୍ଡର ୧୦ଟି ବନାଞ୍ଚଳର ରହିଥିବା ବିଭିନ୍ନ ଜଳାଶୟ ସ୍ଥାନରେ ବନ କର୍ମଚାରୀମାନ‌େ ପକ୍ଷୀ ଗଣନା କରିଛନ୍ତି। ଆଜି ଭୋର୍ ସମୟରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ସମୟରେ ଶେଷ ହୋଇଥିଲା। କେତେ ମାତ୍ରାରେ ବିଦେଶୀ ପକ୍ଷୀ ଆସିଛନ୍ତି,ନୂତନ ପ୍ରଜାତିର ପକ୍ଷୀ କଣ ରହିଛନ୍ତି ବାଇନାକୁଲର ବୋଟ୍‌ ଏବଂ କ୍ୟାମେରା ସାହାର୍ଯ୍ୟରେ ବନକର୍ମଚାରୀ ମାନେ ଏଭଳି ବହୁ ତଥ୍ୟ ସଂଗ୍ରହ କରିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ୫‌ଟି ରେଞ୍ଜର ୨୧ ଗୋଟି ସେକ୍‌ସନ୍‌ରେ ଥିବା ୩୫ ଟି ବିଭିନ୍ନ ଜଳାଶୟ ନିକଟରେ ୧୨୦ ଜଣରୁ ଉର୍ଦ୍ଧ କର୍ମଚାରୀ ପକ୍ଷୀ ଗଣନା କରିଥିବା ଡିଏଫ୍‌ଓ ଦିଲ୍ଲିପ୍‌ କୁମାର ରାଉତ ପ୍ରକାଶ କରିଛନ୍ତି। ସେମାନଙ୍କ ସହ ଭୂବନେଶ୍ବର ନେଚର୍ସ କ୍ଳବ୍‌ର ଏକ ଟିମ୍‌ ମିଶି ଉକ୍ତ ବନଖଣ୍ଡର ସାପୁଆ ଡ୍ୟାମ୍‌, ଧନେଇ, ବାଘୁଆ, ଗୌଡଗୋଠ ଓ ସୋରଡ଼ା ଡ୍ୟାମ୍‌‌ ଠାରେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ।

Advertisment

publive-image

ଚଳିତ ବର୍ଷ କିଛି ନୂତନ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଜଣାପଡିଛି। ରିପୋର୍ଟ ଆସିଲେ ପ୍ରକୃତ ସଂଖ୍ୟା ଜଣାପଡିବା ସହ ସେମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ବନ ବିଭାଗ ସର୍ବଦା ତତ୍ପର ବୋଲି ସେ କହିଛନ୍ତି। ସେହିପରି ଉତ୍ତର ଘୁମୁସର ବନଖଣ୍ଡର ୫ ଟି ରେଞ୍ଜରେ ୨୪ ଟି ଜଳାଶୟରେ ପ୍ରାୟ ୯୦ ଜଣ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଡିଏଫ୍‌ଓ ସୁଦର୍ଶନ ବେହେରା ବଡ଼ ବେଡିଗୋବା ଏବଂ ରସଲକୋଣ୍ଡା ଡ୍ୟାମ୍‌ରେ ସାମିଲ ହୋଇଥିବା ବେଳେ ଏସିଏଫ୍‌ ବିକ୍ରମଦେବ ପଟ୍ଟନାୟକ ରସ‌‌‌ଲକୋଣ୍ଡା ଡ୍ୟାମ୍‌ର ବନ ବିହାର ନିକଟରେ ପକ୍ଷୀ ଗଣାନାରେ ସାମିଲ ହୋଇଥିଲେ। ପକ୍ଷୀ ଗଣନା ନେଇ ବନ କର୍ମଚାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା।

publive-image