ରାଉରକେଲା: ରାଉରକେଲା ଓ ବଣାଇ ବନଖଣ୍ଡର ମୋଟ ୪୮ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଇଛି। ଭୋର ପ୍ରାୟ ୫ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ବଣାଇ ବନଖଣ୍ଡର ୭ଟି ରେଞ୍ଜ, ବାଙ୍କି ରେଞ୍ଜରେ ମୋଟ ୨୫ଟି ଟିମ୍‌ ଗଣନା କାମରେ ଯୋଗଦେଇଥିଲେ। ଅସହ୍ୟ ଥଣ୍ଡା, ଘନ କୁହୁଡି ଯୋଗୁ କିଛି ରେଞ୍ଜରେ ଗଣନାରେ ସାମାନ୍ୟ ବାଧା ଉପୁଜିଥିଲା। ଗୋଟିଏ ଗୋଟିଏ ଟିମ୍‌ ବିଭିନ୍ନ ଜଳପ୍ରପାତ, ପୋଖରୀରେ ବାଇନାକୁଲାରରେ ପକ୍ଷୀଙ୍କୁ ଦେଖିଥିଲେ। ଗଣନାରେ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ୱାଚରମାନେ ନିୟୋଜିତ ହୋଇଥିଲେ।

Advertisment

କେତେକ ‌ନଦୀ ଓ ଡ୍ୟାମ୍‌ରେ ନୂଆ ଅତିଥିପକ୍ଷୀ ଆସିଥିବା ଜଣାପଡିଛି। ରାଉରକେଲା ବନଖଣ୍ଡ ପାନପୋଷ ରେଞ୍ଜର ଚାରିଟି ଟିମ୍‌ ବ୍ରାହ୍ମଣୀନଦୀର ତରକେରା, କଂସର, ଟିମ୍‌ଜୋର ପକ୍ଷୀଗଣନା କରିଥିଲେ। ବୀରମିତ୍ରପୁର ରେଞ୍ଜର ଦୁଇଟି ଟିମ୍‌ ମନ୍ଦିରା ଡ୍ୟାମ୍‌, ରାଜଗାଙ୍ଗପୁର ରେଞ୍ଜର ତିନିଟି ଟିମ୍‌ ମନ୍ଦିରା ଡ୍ୟାମ୍‌, କାଂଶବାହାଲ ଡ୍ୟାମ୍‌, ପିତାମହଲ ଡ୍ୟାମ୍‌ରେ ପକ୍ଷୀ ଗଣନା କରିଥିଲେ। କୁଆରମୁଣ୍ଡା ରେଞ୍ଜର ଦୁଇଟି ଟିମ୍‌ ମନ୍ଦିରା ଡ୍ୟାମ, ପିତାମହଲ ଡ୍ୟାମ୍‌, ବାଙ୍କି ରେଞ୍ଜର ୫ଟି ଟିମ୍‌ କଲେଇପୋଷ କଟା, ନୂଆଗାଁ ବ୍ରାହ୍ମଣୀ ନଦୀ, ଚନ୍ଦ୍ରପୁର ବ୍ରାହ୍ମଣୀ ନଦୀ, କୁଚିତା କଟା ଓ ବିଶ୍ରା ରେଞ୍ଜର ଦୁଇଟି ଟିମ୍‌ ବିସପୁର, ତେତେରକେଲା ନଦୀରେ ପକ୍ଷୀ ଗଣନା କରିଛନ୍ତି। କେଉଁ ନଦୀ, ଡ୍ୟାମ୍‌କୁ କେତେ ପକ୍ଷୀ ଆସିଛନ୍ତି ଗଣନା ପରେ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।