ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସୋମବାରଠୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭ ଦିନ ଧରି ଚାଲିବ। ରାଜନଗର ଡିଏଫ୍‌ଓ ଡକ୍ଟର ଯଜ୍ଞଦତ ପତିଙ୍କ ତତ୍ତ୍ବାବଧାନରେ ଜାତୀୟ ଉଦ୍ୟାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଣନା କାର୍ଯ୍ୟ କରାଯାଉଛି। ଏଥିରେ ଦୁଇଟି ଟିମ୍‌ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମରେ ୭ଜଣ ଲେଖାଏ ଗଣନାକାରୀ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର