ରାଜନଗର: ପୁରୀ ବ୍ଲକ୍ର କୃଷ୍ଣପ୍ରସାଦରୁ ବାର୍ଡଫ୍ଲୁ ଚିହ୍ନଟ ହେବା ପରେ ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। ଏଠାରୁ ଆଜି ମୋଟ ୩୧୪ଟି ନମୁନା ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ସେଠାରୁ ତାହାକୁ ଭୋପାଳସ୍ଥିତ ଫରେନସିକ୍ ଲାବୋରେଟୋରୀକୁ ପଠାଯିବ। ନମୁନା ରିପୋର୍ଟ ଆସିବା ପରେ ଭିତରକନିକାରେ ବାର୍ଡଫ୍ଲୁକୁ ନେଇ ସ୍ଥିତି ସ୍ପଷ୍ଟ ହେବ। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ସହିତ ବିଭିନ୍ନ ଦେଶରୁ ଆସିଥିବା ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। ପକ୍ଷୀବିହାର ରୂପେ ପରିଚିତ ବଗଗହନ, ମଠଆଡିଆ ସମେତ ସାତଭାୟା, ଗହୀରମଥା, ରାଇପାଟିଆ ଓ ବିଭିନ୍ନ ଆର୍ଦ୍ରଭୂମୀରେ ଲକ୍ଷାଧିକ ସ˚ଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। କେବଳ ସାତଭାୟାରେ ୫୦ ହଜାରରୁ ଅଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି। ପୁରୀ କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ସନ୍ଧାନ ମିଳିବା ପରେ ଭିତରକନିକା ଅ˚ଚଳରେ ବାର୍ଡଫ୍ଲୁକୁ ନେଇ ସ୍ଥାନୀୟ ଅ˚ଚଳରେ ଆତଙ୍କ ସୃଷ୍ଟି ହୋଇଛି। ରାଜନଗର ପଶୁଚିକିତ୍ସା ଅଧିକାରୀ ପତିତପାବନ ବଳ, ସହକାରୀ ପଶୁଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ତ ଭିତରକନିକାର ମଠଆଡିଆ, ବଗଗହନ ସମେତ ଡାଙ୍ଗମାଳ, ଖମାରସାହି, ନଳିତାପାଟିଆ, ପେଣ୍ଠ, ସୁନ୍ଦରୀପାଳ ଅ˚ଚଳରୁ ନମୁନା ସ˚ଗ୍ରହ କରିଛନ୍ତି। ଭିତରକନିକାରୁ ରୁଡିସେଲଡକ, ବାରହେଡେଡଗିଜ୍, ନଦ୍ଦିନପିନଟେଲ, ୟୁରେସିଆନଉଇଡିଅନ ପ୍ରଭୃତି ପକ୍ଷୀଙ୍କ ଠାରୁ ୧୮୦ଟି ସେରମ ନମୁନା ସ˚ଗ୍ରହ କରାଯାଇଛି। ୧୮ଟି ପକ୍ଷୀଙ୍କ ପାଟିର ଲାଳ ନମୂନା ସ˚ଗ୍ରହ କରାଯାଇଥିବା ବେଳେ ୧୮ ପକ୍ଷୀଙ୍କ ମଳଦ୍ବାର ମଧୢରୁ ମଳ ସ˚ଗ୍ରହ କରାଯାଇଛି। ସେହିପରି ମାଟିରେ ପଡିଥିବା ମଳର ୮୦ଟି ଓ ପକ୍ଷୀମାନେ ବସୁଥିବା ଜଳାଶୟର ୧୮ଟି ନମୁନା ସ˚ଗ୍ରହ କରାଯାଇଛି। ଏହିଭଳି ମୋଟ ୩୧୪ଟି ନମୁନା ସଂଗ୍ରହ କରାଯାଇଛି।
ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ୩୧୪ ନମୁନା ସ˚ଗ୍ରହ
/sambad/media/post_attachments/wp-content/uploads/2018/12/Untitled-11-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)