ଚିଲିକା: ବିଦେଶୀ ପକ୍ଷୀ ମାନଙ୍କ ଉପରେ ଦେଶୀ ଶିକାରୀଙ୍କ ଲୟ ରହୁଛି। ବୃହତ୍‌ ଚିଲିକା କୂଳରେ ଦେଶୀ ଶିକାରୀ ଚଳପ୍ରଚଳ କରୁଛନ୍ତି। ଏହାକୁ ଶିକାରୀ ମାନେ ସହ୍ୟ କରିପାରୁ ନାହାନ୍ତି। ସୁଯୋଗ ଦେଖି ପକ୍ଷୀମାନଙ୍କୁ ଶିକାର କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ରେଂଜ୍ ଅଞ୍ଚଳରେ ବ୍ୟାପକ ଶିକାର ହେଉଥିବା ଅଭିଯୋଗ ହେଉଛି। ଶିକାରୀ ମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି। ବନ୍ୟ ପ୍ରାଣୀ ବିଭାଗ ନାମକୁ ମାତ୍ର ପାଟ୍ରୋଲିଂ କରି ସାରି ଦେଉଛି କାମ।
Advertisment

publive-image trib.al

ଆଜି ସକାଳୁ ସକାଳୁ ରାସ୍ତାକଡ଼ରେ  ଶହ ଶହ ମୃତ ବିଦେଶୀ ପକ୍ଷୀ ମାନଙ୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ୧୬ ନଂ ଜାତୀୟ ରାଜପଥର ରତାମାଟି ଛକ ନିକଟ ଚାଷ ଜମିରେ ପ୍ରାୟ ୨ ଶହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ଶିକାରୀ ମାନେ ଖାଦ୍ୟରେ ବିଷ ଦେଇ ପକ୍ଷୀମାନଙ୍କୁ ଶିକାର କରିବା ପରେ ପଚି ଯିବାରୁ ଫିଙ୍ଗି ଦେଇଥିବା ସନ୍ଦେହ ହେଉଛି।
ଆଜି ଭୋର୍ ସକାଳୁ ଏକ ଟାଟା ଏସି ଗାଡିରେ ପକ୍ଷୀ ମାନଙ୍କର ମୃତଦେହ ନେଇ ଫୋପଡାଯାଇଛି। ସମସ୍ତ ମୃତ ପକ୍ଷୀ ଗୁଡ଼ିକ ବିଦେଶରୁ ଆସିଥିବା କୁହାଯାଉଛି। ବନ୍ୟପ୍ରାଣୀ ବିଭାଗ ରାତିରେ ରାସ୍ତାକଡ଼ ଢାବା ଗୁଡିକରେ ଲୋକ ଦେଖାଣିଆ ଚଢ଼ଉ କରୁଥିବା ବେଳେ ଏପଟେ ଶହ ଶହ ନିରୀହ ବିଦେଶୀ ପକ୍ଷୀ ଶିକାରୀଙ୍କ କବଳରେ ପଡି ଜୀବନ ହରାଉଛନ୍ତି। ଆଗକୁ ନୂଆବର୍ଷ ଆସୁଥିବାରୁ ଲୋକେ ଚିଲିକା ପକ୍ଷୀଙ୍କ ମାଂସ ପ୍ରତି ବେଶ୍ ଆଗ୍ରହ ଦେଖାଉଛନ୍ତି। ଗୋଟା ପକ୍ଷୀ ମାଂସ ୪ ଶହରୁ ୫ ଶହ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଫଳରେ ଶିକାରୀ ଲୋଭରେ ପଡି ପକ୍ଷୀ ମାଂସ ଚାଲାଣ କରୁଛନ୍ତି। ଏଭଳି ଚୋରା ଚାଲାଣ କାରୀଙ୍କୁ ସାବାଡ଼ କରିବାରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅକ୍ଷମ ହୋଇ ପଡିଛି ବୋଲି ଚର୍ଚ୍ଚା ହେଉଛି।