ଶୀତ ଆରମ୍ଭ ନ ହେଉଣୁ ଚିଲିକାରେ ମାତିଲେଣି ପକ୍ଷୀ ଶୀକାରୀ, ଜଣେ ଗିରଫ

ଚିଲିକା: ଚଳିତ ବର୍ଷ ରାଜ୍ୟରେ ଚାରିଆଡେ ଶୀତ ଆରମ୍ଭ ନ ହେଉଣୁ ବିଦେଶାଗତ ଅତିଥି ପକ୍ଷୀ ଶିକାର ହୋଇଯାଇଛି। ଚିଲିକାରେ ଶୀକାରୀ ମାତିଛନ୍ତି। ବନ ବିଭାଗ ଶିକାର କରି ବିକ୍ରି ପାଇଁ ନେଇ ଯାଉଥିବା ବେଳେ ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଦିବାକର ସାହୁ (୪୦)। ଶିକାରୀ ନିକଟରୁ ଗୋଟିଏ ବିଦେଶା ଗତ ମୃତ ପକ୍ଷୀ ଜବତ କରିଛି।

ସୂଚନା ଅନୁସାରେ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଭୁଷଣ୍ଡପୁର ବାବାଜି କୁଡିଆ ନିକଟରୁ ଏକ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ପକ୍ଷୀ ଶିକାର ଅଭିଯୋଗରେ ଭୁଷଣ୍ଡପୁର ଗେଡେଇ ସ୍ବାଇଁ ପାଟଣାସାହିର ଦିବାକର ସାହୁକୁ ଗିରଫ କରିଛି।  ଶିକାରୀ ଫୁରାଡନ ଦେଇ ପକ୍ଷୀ ଶିକାର କରିଥିବା ଜଣାପଡିଛି। ଏହି ଅଞ୍ଚଳରେ ପକ୍ଷୀ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ତେବେ ଚଳିତ ବର୍ଷର ଏହା ପ୍ରଥମ ଘଟଣା ବୋଲି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।
ସମ୍ବନ୍ଧିତ ଖବର