ବାଲୁଗାଁ : ଚଳିତ ବର୍ଷ ଶୀତଋତୁରେ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି। ଗତ ବର୍ଷ ଆସିଥିବା ପକ୍ଷୀ ସଂଖ୍ୟାଠାରୁ ଏହା ୫୨ ହଜାର ଅଧିକ ବୋଲି ଆଜି ପକ୍ଷୀ ଗଣନା ପରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକାର ପାଞ୍ଚଟି ରେଞ୍ଜ ମଧ୍ୟରୁ ବାଲୁଗାଁ ରେଞ୍ଜକୁ ସର୍ବାଧିକ ପକ୍ଷୀ ଆସିଥିବାବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଆସିଥିବା ଜଣାଯାଇଛି। ଚିଲିକାକୁ ଚଳିତ ବର୍ଷ ୧୮୪ଟି ପ୍ରଜାତିର ୧୧,୦୫,୦୪୦ ଆସିଥିବାବେଳେ କେବଳ ନଳବଣରେ ୪,୦୬,୩୦୮ ପକ୍ଷୀଙ୍କର ସମାଗମ ହୋଇଛି। ୧୩୫୦ଟି ଆକର୍ଷଣୀୟ ପକ୍ଷୀଙ୍କୁ ଗଣନାକାରୀମାନେ ଠାବ କରିଛନ୍ତି।
ମୁମ୍ବାଇସ୍ଥିତ ନାଚୁରାଲ୍ ହିଷ୍ଟ୍ରି ସୋସାଇଟିର ଉପ ନିର୍ଦେଶକ ଏସ୍ ବାଲଚନ୍ଦ୍ରନ ଓ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତାଙ୍କ ନେତୃତ୍ବରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ସହଯୋଗରେ ୨୧ଟି ଗ୍ରୁପ୍ରେ ୧୫୦ ଜଣ ଗଣନାକାରୀ ଚିଲିକାର ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜ୍ରେ ଗଣନା କରିଥିଲେ। ଭୋର ୫ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ଜାରି ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/chilika-1.jpg)