ବ୍ରହ୍ମଗିରି : ଫନି ପରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି। ବ୍ରହ୍ମଗିରି ବ୍ଲକ୍ର ଅନେକ ସ୍ଥାନରେ ଏବେ ନୂଆ ଖୁଣ୍ଟି ପକାଯିବା ସହ କାମ ହୋଇଥିବା ଦେଖାଯାଇଛି। କିନ୍ତୁ ଏହି ନୂଆ ବିଦ୍ୟୁତ୍ ଖୁଣ୍ଟ ପକ୍ଷୀଙ୍କ ପାଇଁ କାଳ ହୋଇଛି। ବିଦ୍ୟୁତ୍ ଖୁଣ୍ଟରେ ପକ୍ଷୀ ବସିବା ମାତ୍ରେ ସେମାନଙ୍କର ମୃତ୍ୟୁ ହେଉଛି। ଏମିତିକି ପ୍ରତି ଦିନ ୫୦ରୁ ଅଧିକ କାଉ, ବଣି, ପାରା ପ୍ରଭୃତି ପକ୍ଷୀ ରାସ୍ତାରେ ମରି ପଡୁଥିବା ବେଳେ ଗହିର ବିଲରେ ଯାଇଥିବା ଖୁଣ୍ଟରେ ଲାଗି ଅନ୍ୟ ପ୍ରଜାତିର ପକ୍ଷୀ ମରି ପଡୁଛନ୍ତି। ପକ୍ଷୀ ମରିବା ପରେ ପକ୍ଷୀପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ସଂପର୍କରେ ସୁନାମୁହିଁ ବିଦ୍ୟୁତ୍ ସେକ୍ସନ୍ ଜେଇ ଶିଶିର କୁମାର ସ୍ବାଇଁ କହିଛନ୍ତି ଯେ କେତେକ ସ୍ଥାନରେ ଏଭଳି ହେଉଛି। ଏହାର କାରଣ ଅନୁଧ୍ୟାନ କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପକ୍ଷୀଙ୍କୁ ବିଦ୍ୟୁତ୍ ଲାଇନ୍ କାଳ : ପ୍ରତିଦିନ ମରୁଛନ୍ତି ୫୦ରୁ ଅଧିକ ପକ୍ଷୀ
/sambad/media/post_attachments/wp-content/uploads/2019/08/electrical-ffa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)