ଟାଙ୍ଗୀ : କଟକଣା ସତ୍ତ୍ବେ ଚିଲିକାରେ ଚାଲିଛି ପକ୍ଷୀ ଶିକାର। ଆଜି ପୁଣିଥରେ ଏହାର ପ୍ରମାଣ ମିଳିଛି। ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ୍ ପକ୍ଷରୁ ଚିଲିକାରେ ପାଟ୍ରୋଲିଂ ବେଳେ ୬୦ଟି ଗୁଳିବିଦ୍ଧ ବିଦେଶୀ ପକ୍ଷୀ ଜବତ କରାଯାଇଛି। ଏହି ଘଟଣାରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ଏୟାର ଗନ୍, ୫ଶହ ଅଫୁଟା ଗୁଳି, ଗନ୍ ପାଉଡର, ମେସିନ୍ ଡଙ୍ଗା, ଛୁରି ପ୍ରଭୃତି ଜବତ କରାଯାଇଛି। ତେବେ ଅଭିଯୁକ୍ତଙ୍କ ଆକ୍ରମଣରେ ୩ ଜଣ ବିନବିଭାଗ କର୍ମଚାରୀ ଆହତ ହୋଇଛନ୍ତି।
/sambad/media/post_attachments/wp-content/uploads/2019/12/chilika-birds-hunting-300x224.jpg)
ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ୍ ଅଫିସର୍ ଚୁଡ଼ାମଣି ମୁର୍ମୁଙ୍କ ସୂଚନା ଅନୁଯାୟୀ, ଆଜି ବନବିଭାଗ ପକ୍ଷରୁ ଚିଲିକାର ସୋରଣ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିବା ବେଳେ ଏକ ମେସିନ୍ ଡଙ୍ଗା ଦ୍ରୁତଗତିରେ ପଳାଇଯିବାକୁ ଚେଷ୍ଟା କରିଥିଲା। ବନବିଭାଗ କର୍ମଚାରୀମାନେ ଡଙ୍ଗାକୁ ଅଟକାଇ ଯାଞ୍ଚ କରିବାକୁ ଚାହିଁବାରୁ ଡଙ୍ଗାରେ ଥିବା ସୋରଣ ମୁସଲିମ୍ ସାହିର ମମ୍ତାଜ ଖାଁ ଓ ନାରଲୀ ଖାଁ ସେମାନଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନଙ୍କ ଆକ୍ରମଣରେ ଫରେଷ୍ଟର ରାଧାକାନ୍ତ ହୋତା, ପକ୍ଷୀ ସୁରକ୍ଷା କର୍ମଚାରୀ ଚନ୍ଦନ ସାହୁ, ଶେଷଦେବ ପରିଡ଼ା ଓ ରମେଶ ପରିଡ଼ା ଆହତ ହୋଇଥିଲେ। ତେବେ ବନବିଭାଗ କର୍ମଚାରୀମାନେ କୌଶଳକ୍ରମେ ଡଙ୍ଗା ସହିତ ଅଭିଯୁକ୍ତମାନଙ୍କୁ ଧରିବା ପରେ ଡଙ୍ଗା ଭିତରୁ ୬୦ଟି ଗୁଳିବିଦ୍ଧ ବିଦେଶାଗତ ପକ୍ଷୀ ଜବତ ଓ ବନ୍ଧୁକ ଆଦି ଶିକାର ସାମଗ୍ରୀ ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/chilika-birds.jpg)