କଟକ : ଅଲିମ୍ପିଆନ ତଥା ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ପୁଲିସ୍‌ରେ ଡିଏସ୍‌ପି ଭାବେ ଯୋଗଦେଇଛନ୍ତି। ଗୁରୁବାର ଓଡ଼ିଶା ପୁଲିସ୍‌ ମୁଖ୍ୟାଳୟରେ ଡିଜିପି ସୁନୀଲ କୁମାର ବ˚ଶଲଙ୍କୁ ସାକ୍ଷାତ କରି ସେ ତାଙ୍କର ଯୋଗଦାନ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଖାଲିସ୍ଥାନ ଦେଖିବା ପରେ ତାଙ୍କୁ ଅବସ୍ଥାନ କରାଯିବ ବୋଲି ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Advertisment

ଦୁଇ ଓଡ଼ିଆ ପୁଅ ବୀରେନ୍ଦ୍ର ଓ ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସରେ କା˚ସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ରହିଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କୁ ଅର୍ଥ ପୁରସ୍କାର ଦିଆଯାଇଥିଲା ବେଳେ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଅମିତ ଭାରତୀୟ ରେଳବାଇରେ ଯୋଗଦେଇଥିଲା ବେଳେ ବୀରେନ୍ଦ୍ର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଅଲିମ୍ପିକ୍ସ ଖେଳିଥିବାରୁ ତାଙ୍କୁ ସିଧାସଳଖ ଡିଏସ୍‌ପି ପାହ୍ୟାରେ ନିଯୁକ୍ତି ଦିଆଯାଇଥିଲା। ଗୁରୁବାର ଅପରାହ୍ନରେ ଅତିରିକ୍ତ ଡିଜି (ଆଇନ୍‌ ଶୃଙ୍ଖଳା) ଆର‌୍‌.କେ. ଶର୍ମା ଓ ଆଇ.ଜି. (ପର୍ସୋନେଲ) ଏସ୍‌.ପ୍ରବୀଣ କୁମାରଙ୍କ ଉପସ୍ଥିତିରେ ବୀରେନ୍ଦ୍ର ଡିଜିପିଙ୍କ ସହିତ ସାକ୍ଷତ ଆଲୋଚନା କରିଥିଲେ।

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ଦିଆଗଲାଣି। ସେମାନଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କେ. ରବି କୁମାର ପ୍ରଥମ କରି ଡିଏସ୍‌ପି ପାହ୍ୟାରେ ନିଯୁକ୍ତି ପାଇଥିଲା ବେଳେ ବୀରେନ୍ଦ୍ର ଦ୍ବିତୀୟ ଡିଏସ୍‌ପି। ଏହାବାଦ୍‌ ୫ ଜଣଙ୍କୁ ଏସ୍‌ଆଇ ପଦରେ ସିଧାସଳଖ ନିଯୁକ୍ତି ମିଳିଛି। ରୋଇ˚ରୁ ଏସୀୟ ପଦକ ବିଜେତା ପ୍ରତିମା ପୁହାଣ ଓ ପ୍ରମିଳାପ୍ରଭା ମିଞ୍ଜ, ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟା ମାଧୁରୀ ମେହେଟ୍ଟା ଓ ରୋସନାରା ପରବିନ୍‌, କବାଡ଼ି ବିଶ୍ବକପ୍‌ ଦଳର ସଦସ୍ୟା ରଶ୍ମିତା ସାହୁ ଏବେ ଏସ୍‌.ଆଇ. ଭାବେ କାର୍ଯ୍ୟ କରୁଛନ୍ତି।