ଭୁବନେଶ୍ୱର: ୩ ଘଣ୍ଟାର ଜେରା ପରେ ଇନଫୋସିଟି ଥାନାରୁ ବାହାରିଲେ ହକି ତାରକା ଵୀରେନ୍ଦ୍ର ଲାକ୍ରା । ଥାନାରୁ ଆସିବା ପରେ ସେ କହିଛନ୍ତି ଯେ ତଦନ୍ତ ଚାଲିଛି । ଯାହା ପଚରାଯିବ ସବୁଥିରେ ସହଯୋଗ କରିବି । ଆଗକୁ ଯେତେବେଳେ ଡାକିବେ ସେତେବେଳେ ଆସିବି ବୋଲି କହିଛନ୍ତି ଵୀରେନ୍ଦ୍ର ଲାକ୍ରା । ଅନ୍ୟପଟେ ବୀରେନ୍ଦ୍ରଙ୍କୁ ପଚରାଉଚୁରା ନେଇ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି ଯେ ଵୀରେନ୍ଦ୍ର ଲାକ୍ରା ସମସ୍ତ ସହଯୋଗ କରୁଛନ୍ତି । ଆଜି ତାଙ୍କ ଷ୍ଟେଟମେଣ୍ଟକୁ ରେକର୍ଡ କରାଯାଇଛି । ଆଗକୁ ଅଧିକ ପଚରାଉଚରା ପାଇଁ ଡାକିଲେ ସେ ଆସିବେ ବୋଲି କହିଛନ୍ତି । ଘଟଣାରେ ସମସ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ତଥା ପରିବାର ଲୋକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ଉଲ୍ଲେଖ ଥାଉ କି ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆଜି ସନ୍ଧ୍ୟାରେ ଇନଫୋସିଟି ଥାନାରେ ହାଜର ହୋଇଥିଲେ ପୂର୍ବତନ ହକି ତାରକା ବୀରେନ୍ଦ୍ର ଲାକ୍ରା | ଆନନ୍ଦଙ୍କ ମୃତ୍ୟୁକୁ ନେଇ ବୀରେନ୍ଦ୍ରଙ୍କୁ ପୁଲିସ ପଚରାଉଚରା କରିଥିଲା | ଉଲ୍ଲେଖ ଥାଉ କି ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ୨୫ ଜଣଙ୍କ ତାଲିକା ତିଆରି କରିଛି କମିସନରେଟ ପୁଲିସ। ଘଟଣା ଦିନ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଯେଉଁମାନେ ଘଟଣା ବିଷୟରେ ଜାଣିଛନ୍ତି ସେଇମାନଙ୍କୁ ପଚରାଉଚୁରା କରାଯିବ ।

ପ୍ରଥମ ଦିନରେ ଆପାର୍ଟମେଣ୍ଟର ରୁମ୍ ମେଟ୍ ଵୀରେନ୍ଦ୍ର ଲାକ୍ରାଙ୍କୁ ପଚରାଉଚୁରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା । ଅଧିକ ତଦନ୍ତ ପାଇଁ ଭିସେରା ରିପୋର୍ଟକୁ ଷ୍ଟେଟ ଫରେନସିକ୍ ଲ୍ୟାବକୁ ପଠାଯାଇଛି ।