ବିରଜା ରାଉତରାୟ ପାଇବେ ‘କନ୍‌ହେଇ କଥା ପୁରସ୍କାର’

ବାଲେଶ୍ବର : ଚଳିତବର୍ଷ ପାଇଁ ‘କନ୍‌ହେଇଲାଲ ସ୍ମାରକୀ କଥା ପୁରସ୍କାର’ ପାଇବେ ଗାଳ୍ପିକ ବିରଜା ରାଉତରାୟ। ଆସନ୍ତା ୨୪ ତାରିଖ ସଂଧ୍ୟା ୬ଟାରେ ସ୍ଥାନୀୟ ଆତିଥ୍ୟ ପ୍ରେକ୍ଷାଳୟଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସହଭାଗିତାରେ ଆୟୋଜିତ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ ‘ କନ୍‌ହେଇଲାଲ ଦାସ ସ୍ମୃତି ସଂସଦ’ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ପ୍ରଥମ ପ୍ରସ୍ତୁତି ବୈଠକ ‘ସଂକେତ’ ପରିସରରେ ଅନୁଷ୍ଠିତ ହୋଇଥିଲା। କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ଵରେ ଅନୁଷ୍ଠିତ ବୈଠକରେ ସଭାପତି ସୁଲେଖକ ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, ସମ୍ପାଦକ କବି ଉତ୍ପଳ ମହାନ୍ତି, ଗାଳ୍ପିକ ନିବାରଣ ଜେନା, କବି ସରୋଜ ବଳ, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, କବି ରଞ୍ଜନ ବାଗ, ସହସମ୍ପାଦକ ଶୁଭେନ୍ଦୁ ଦାସ, ଯାଦବେଶ ମିଶ୍ର, ଅରୁଣାଂଶୁ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। କବି ଓ ଗାଳ୍ପିକ ସରୋଜ ବଳଙ୍କୁ ସଂସଦର ନୂତନ ସଭ୍ୟ ଭାବେ ଗ୍ରହଣ ପୂର୍ବକ ସ୍ବାଗତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୫୦ ବର୍ଷ ବୟସ ସୀମା ଭିତରେ ରାଜ୍ୟର ଜଣେ ପ୍ରତିଭାବାନ ଗାଳ୍ପିକଙ୍କୁ ଏହି ପୁରସ୍କାର ପାଇଁ ବଛା ଯାଇଥାଏ। ଚଳିତ ବର୍ଷରୁ ପୁରସ୍କାର ଅର୍ଥରାଶି ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍ମୃତି ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଶ୍ୟାମାପ୍ରସାଦ ଚୌଧୁରୀ ଓ କଥାକାର ତଥା ଔପନ୍ୟାସିକ ଭୀମ ପୃଷ୍ଟି ଯୋଗଦେବେ ବୋଲି ଅାୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର