ସୁନ୍ଦରଗଡ଼: ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଭାରତକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ଗଞ୍ଜାଟୋଲିର ବିରଜୁ କୁଲୁଙ୍କୁ ଆଣିବାକୁ ଅମୃତସର ଗଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି କୁତ୍ରା ବ୍ଲକ୍ ମଙ୍ଗଳ ସମ୍ପ୍ରାସରଣ ଅଧିକାରୀ ମଦନ ସିଂହ ଏକ ବୋଲେରୋ ଯୋଗ ଅମୃତସର ଅଭିମୁଖେ ଯାଇଛନ୍ତି।

Advertisment

publive-image

ବିରଜୁ ପାକିସ୍ତାନରୁ ଆସିବା ପରେ ପଞ୍ଜାବର ଅମୃତସରରେ ଥିବା ଏକ କୋଭିଡ ହସ୍ପିଟାଲରେ ଅଛନ୍ତି। କୁତ୍ରାରୁ ଅମୃତସର ୧୭୫୦ କିଲୋମିଟର ଦୂରରୁ ଉଦ୍ଧାର ହୋଇ ଆସିବାକୁ ଥିଵା ବିରଜୁଙ୍କୁ ସାରା ଗାଁ ଉତ୍କଣ୍ଠାର ସହ ଅପେକ୍ଷା କରିଛି।

ସୂଚନା ମୁତାବକ, ଗଞ୍ଜାଟୋଲି ଗାଁର ବିରଜୁ ପିଲାଟି ଦିନରୁ ମାନସିକ ଅନଗ୍ରସର ଥିଲେ । ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘରୁ କୁଆଡେ ଚାଲିଯାଇଥିଲେ। ପରିବାର ଲୋକେ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ହେଲେ ଗତବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପହଞ୍ଚିଥିଲା । ଏହା ପରେ ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ଭାରତର ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟମାନେ ଧରି ନେଇ ଲାହୋର ଜେଲରେ ରଖିଥିବା ଜଣା ପଡ଼ିଥିଲା। ସେଠି ସେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଗତ ୨୬ ତାରିଖରେ ସେ ସେଠାରୁ ମୁକୁଳି ଥିଲେ ଓ ପାକିସ୍ତାନ ସୈନ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲେ । ବିରଜୁ ଅମୃତସରରେ ପହଞ୍ଚିବା ପରେ ନାରାୟଣଗଞ୍ଜଗଡଠାରେ ଥିବା କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।