ବୀରମିତ୍ରପୁର ପୌରପାଳିକା: ନିର୍ବାଚନ ରଣାଙ୍ଗନରେ ୪୨ ପ୍ରାର୍ଥୀ

ପୌରାଧ୍ୟକ୍ଷରେ ୫, କାଉନିସଲ୍‌ରରେ ୩୭ ପ୍ରାର୍ଥୀ

ରାଉରକେଲା: ଆସନ୍ତା ୨୪ରେ ହେବାକୁ ଯାଉଛି ପୌର ନିର୍ବାଚନ। ଆଜି ପ୍ରକାଶ ପାଇଛି ପୌରାଧ୍ୟକ୍ଷ ଓ କାଉନସିଲରଙ୍କ ଚୂଡାନ୍ତ ତାଲିକା। ବୀରମିତ୍ରପୁର ପୌରପାଳିକାର ମୋଟ ୧୧ ୱାର୍ଡରେ ମୋଟ ୪୨ ପ୍ରାର୍ଥୀ ଓ ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି। ପୌରାଧ୍ୟକ୍ଷ ପଦ ପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ସହ ମୋଟ ୫ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ।

୧୧ଟି ୱାର୍ଡରେ ୩୭ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ  ହେବାକୁ ଯାଉଛି। ପୌରାଧ୍ୟକ୍ଷ ପାଇଁ କଂଗ୍ରେସରୁ ଶଶୀ ସାଗର, ବିଜେପିର ସୁନୀଲ ତିୱାରୀ, ବିଜେଡିର ସନ୍ଦୀପ ମିଶ୍ର, ବିଏସ୍‌ପିର ମହେନ୍ଦ୍ର୍ର ବାଗ୍‌ ଓ ସ୍ବାଧୀନରୁ ଆରବିନ୍ଦ ଜୟସ୍ବାଲ ଲଢ଼ିବାକୁ ଯାଉଛନ୍ତି। ୱାର୍ଡ ନଂ ୧ରେ  କଂଗ୍ରେସର ନିତା ଧାନୱାର, ବିଜେଡିର ନିବେଦିତା ବାଗେ ଓ ବିଜେପିର ରେଶ୍ମା ବାର୍ଲା ରହିଛନ୍ତି। ୱାର୍ଡ ନଂ ୨ରେ ବିଜେଡିର ଉଷା ଜୟପୁରିଆ, କଂଗ୍ରେସର ପ୍ରତିମା ଗର୍ଡିଆ, ବିଜେପିର ରୋଶ୍ମି ମଶାନ୍ତଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ୱାର୍ଡ ନଂ ୩ରେ  କଂଗ୍ରେସର ଆସିୟା ଖାତୁନ୍‌, ବିଜେଡିର କମଲେସ ସିଂ ଓ ବିଜେପିର ସନ୍ତୋଷ କୁମାର ଯାଦବ ମଧ୍ୟରେ ଲଢ଼େଇ ହେବ। ୱାର୍ଡ ନଂ ୪ରେ କଂଗ୍ରେସର ଫୁଲ କୁମାରୀ ମାଝି, ବିଜେପି ବିଶ୍ବାସି ହ‌େରେଞ୍ଜ, ବିଜେଡିର ମାଧୁରୀ ନାଗ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି।

ୱାର୍ଡ ନଂ ୫ରେ ଜେଏମ୍‌ଏମ୍‌ର କିରନ ନାଏକ, ବିଜେପିର ଭୀମ ଜୟପୁରିଆ, ବିଜେଡିର ରୋସନ କୁମାର ଦୀପ ଓ କଂଗ୍ରେସର ସନ୍ତୋଷ ଲାକ୍ରାଙ୍କ ମଧ୍ୟରେ  ଲଢ଼େଇ ହେବାକୁ ଯାଉଛି। ୱାର୍ଡ ନଂ ୬ରେ କଂଗ୍ରେସର ଅନିଲ ବେହେରା, ଜେଏମ୍‌ଏମ୍‌ର ପିତୃସ ସୁରିନ, ବିଜେପିର ପ୍ରଦୀପ କୁମାର ପଣ୍ଡା ଓ କଂଗ୍ରେସର ପ୍ରମୋଦ କୁମାର ବୁଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ୱାର୍ଡ ନଂ ୭ରେ ବିଜେଡିର ମୋନା କେଶରୀ, କଂଗ୍ରେସର ରୋସଲିନ୍‌ ଲାକ୍ରା ଓ ବିଜେପିର ସାରଳା କେର୍କେଟା ମଧ୍ୟରେ ଲଢ଼େଇ ହେବ। ୱାର୍ଡ ନଂ ୮ର କଂଗ୍ରେସର ଜ୍ୟୋତି କିରାନ ଲାକ୍ରା, ବିଜେଡିର ବିନିତା କଛୁଆ, ଜେଏମ୍ଏମ୍‌ର ମମତା ଖାଲ୍‌କୋ ଓ ବିଜେପିର ଲଳିତା ଖରାସିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବ। ୱାର୍ଡ ନଂ ୯ରେ  କଂଗ୍ରେସର ଜୀୱାନ ମିଞ୍ଜ, ବିଜେଡିର ନିର୍ମଲା କୁଜୁର ଓ ବିଜେପିର ମାହାବୀର କାଇଥାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି।

ୱାର୍ଡ ନଂ ୧୦ରେ କଂଗ୍ରେସର ରିଙ୍କି ରହିଦାସ, ବିଜେଡିର ରୀତା ମହାନନ୍ଦିଆ ଓ ବିଜେପିର ଶ୍ରୀୟା ରୋହିଦାସଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି। ୱାର୍ଡ ନଂ ୧୧ରେ ବିଜେଡି ଜ୍ଞାନୀ ଚନ୍ଦ୍ର ବାଗ, ବିଜେପିର ଦିନେଶ କୁମାର ପାସ୍‌ୱାନ ଓ କଂଗ୍ରେସର ମାନସ ନନ୍ଦଙ୍କ ମଧ୍ୟରେ ଲଢ଼େଇ ‌ହେବାକୁ ଯାଉଛି।

ସମ୍ବନ୍ଧିତ ଖବର