ରାଉରକେଲା: ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ କୁହାଯାଉଥିବା ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ବିଶ୍ବକପ୍ ଅନୁଷ୍ଠିତ ହୋଇସାରିଛି। ତେଣୁ ଏହା ଯେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏଥିରେ କୌଣସି ସଂଦେହ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଷ୍ଟାଡିୟମ୍ ସମ୍ମୁଖରେ ଥିବା ନାମ ଫଳକରୁ ଅନ୍ତର୍ଜାତୀୟ (ଇଣ୍ଟରନ୍ୟାସନାଲ) ଶବ୍ଦକୁ ହଟାଇ ଦିଆଯାଇଛି। ପୂର୍ବରୁ ଫଳକଗୁଡ଼ିକରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଲେଖାଥିଲାବେଳେ ଏବେ ଅନ୍ତର୍ଜାତୀୟ ଶବ୍ଦଗୁଡ଼ିକୁ ଲିଭାଇ ଦିଆଯାଇଛି। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଷ୍ଟାଡିୟମ୍ ଏହାର ଅନ୍ତର୍ଜାତୀୟ ମାନ୍ୟତା ହରାଇଲା କି ବୋଲି କ୍ରୀଡ଼ାପ୍ରେମୀ ପ୍ରଶ୍ନ କରୁଛନ୍ତି। ତେବେ ଯେହେତୁ ଷ୍ଟାଡିୟମ୍ର ମୂଳ ନାମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଓ ମୁଖ୍ୟ ଷ୍ଟାଡିୟମ୍ରେ ଏହା ହିଁ ଲେଖାହୋଇଛି, ତେଣୁ ଫଳକଗୁଡ଼ିକରୁ ଅନ୍ତର୍ଜାତୀୟ/ଆନ୍ତର୍ଜାତିକ (ଇଣ୍ଟରନ୍ୟାସନାଲ୍) ଶବ୍ଦଗୁଡ଼ିକୁ ହଟାଇ ଦେବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା କହାଯାଉଛି।
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍: ହରାଇଲା କି ଅନ୍ତର୍ଜାତୀୟ ମାନ୍ୟତା!
/sambad/media/post_attachments/wp-content/uploads/2023/11/dgdagdgddgdga.jpg)