ଭଦ୍ରକ: ଭଦ୍ରକ ଜିଲ୍ଲାରେ ପୂର୍ବରୁ ଜନ୍ମମୃତ୍ୟୁର ପ୍ରମାଣ ପତ୍ର ଭଦ୍ରକ ପୌରପାଳିକା‌ କାର୍ଯ୍ୟାଳୟରୁ ବାହାରୁ ଥିଲା। କୌଣସି ପରିବାରରେ କେହି ନୂଆ ଶିଶୁ ଜନ୍ମ ହେଲେ  କିମ୍ବା  ମୃତ୍ୟୁ ହେଲେ ଏହ‌ାର ପ୍ରମାଣପତ୍ର ପାଇବା ପାଇଁ ଲୋକମାନେ ଭଦ୍ରକ ପୌରପାଳିକାରେ ସେମାନଙ୍କର ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରିବା ପରେ ପୌରପାଳିକା ପକ୍ଷରୁ ସେମାନଙ୍କୁ ଜନ୍ମମୃତ୍ୟୁ  ପ୍ରମାଣ ପତ୍ର ପ୍ରଦାନ କରାଯାଉଥିଲା। ମାତ୍ର ଏବେ ଏଇ ନିୟମ ବଦଳ  କରାଯାଇ ପୌରପାଳିକା ଅଧିନରୁ ଏହି କ୍ଷମତାକୁ କାଢି ନିଆଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଇ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି।

Advertisment

ମାତ୍ର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଇ ବିଭାଗ ବିଭ୍ରାଟ କରୁଛି।  କମ୍ପ୍ୟୁଟରୀକରଣ କରାଯାଇ ଯେଉଁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି। ତାହାର ଭୁଲ ଟାଇପିଂ ପାଇଁ ପ୍ରମାଣପତ୍ର ମଧ୍ୟ ଭୁଲ ବାହାରୁଛି। ଏଇ ଭୁଲ ପ୍ରମାଣ ପତ୍ର ମେଡିକାଲ କତ୍ତୃର୍ପକ୍ଷ ଲୋକଙ୍କ ଧରାଇବା ପରେ ଲୋକେ ଏଇ ପ୍ରମାଣ ପତ୍ରକୁ ନିର୍ଭୁଲ ଭାବେ ପାଇବା ପାଇଁ ବାରଂବାର ଭଦ୍ରକ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ  ଦୌଡୁଛନ୍ତି। ଆଧାରକାର୍ଡରେ ଫଟୋ କପି ସହ  ନୋଟାରୀ ସତ୍ୟପାଠ ଦାଖଲ କଲାପରେ ମଧ୍ୟ ଠିକ୍ ପ୍ରମାଣ ପତ୍ର ମେଡିକାଲ ପକ୍ଷରୁ ଯୋଗାଇ  ଦିଆଯାଉ ନାହିଁ। ଏଥିପାଇଁ ଲୋକଙ୍କୁ ବାରଂବାର ଦୌଡିବାକୁ ପଡୁଛି। ପ୍ରତିଦିନ ଏଇ ପ୍ରମାଣପତ୍ର ପାଇବା ପାଇଁ ଭଦ୍ରକ ମେଡିକାଲର ଆଉଟ୍ ଡୋର  ନିକଟରେ ଖୋଲା ଯାଇଥିବା ଜନ୍ମ ମୃତ୍ୟୁ ପଂଜୀକରଣ  କେନ୍ଦ୍ରଅରେ ଲମ୍ବା ଧାଡି ହୋଇ ଲୋକେ ଠିଆ ହୋଇ ବିରକ୍ତି ପ୍ରକାଶ କରୁଛନ୍ତି। ମାସ ମାସ ଧରି  ଲୋକେ ଗୋଟିଏ ଗୋଟିଏ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଦୌଡୁଥିବା ବେଳେ ଏଥିପାଇଁ ଦାୟୀ ବୋଲି ପଚାରିବାରୁ  ମେଡିକାଲରେ ଜନ୍ମ ମୃତ୍ୟୃ  ପ୍ରମାଣ ପତ୍ର ପ୍ରଦାନ ଦାରୟୀତ୍ବରେ ରହିଥିବା  ଅଧିକାରୀ କହନ୍ତି।

ପୌରପାଳିକା ଓ ଘରୋଇ ନର୍ସିଂ ହୋମରୁ ଯେଉଁସବୁ ପିଲା ଜନ୍ମ ହେଉଛନ୍ତି।  ସେଇସବୁ କେନ୍ଦ୍ରରୁ ଅନଲାଇନ୍ ମାଧ୍ୟରେ ଯଉଁ  ତଥ୍ୟ ଦିଆଯାଉଛି। ସେଥିରେ ଘରୋଇ ନର୍ସିଂ ହୋମ ମାଲିକମାନେ ଅନଭିଜ୍ଞ କର୍ମଚାରୀଙ୍କ ମାଧ୍ୟମରେ ଭୁଲ ଭାଲ କରି ଟାଇପ୍ କରାଇ ତଥ୍ୟ ଦେଉଛନ୍ତି। ଯେଉଁ ତଥ୍ୟକୁ ଆଧାର କରି ମେଡିକାଲରୁ ଜନ୍ମଗତ ପ୍ରମାଣ ପତ୍ର ବାହାରୁଛି। ଯେଉଁ ତଥ୍ୟରେ ପିଲାଙ୍କ ନାମ, ବାପା ମାଆଙ୍କ ନାମ, ଜନ୍ମ  ତାରିଖ ଓ ବାସସ୍ଥାନର ନାମ ଭୁଲ ଲେଖା ହୋଇ ଆସୁଛି।